ରାହୁଲ ଗାନ୍ଧୀ ଯିବେ ଆମେରିକା ଗସ୍ତରେ

Spread the love

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୧୦ ଦିନିଆ ଗସ୍ତରେ ଆମେରିକା ଯିବେ । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ରାହୁଳ ଗାନ୍ଧୀ ୩୦ ମେ ରେ ଆମେରିକା ଯିବେ । ସେ ନ୍ୟୁୟର୍କର ମେଡ଼ିସନ ସ୍କେୟାରରେ ଏକ ସଭାକୁ ସମ୍ବୋଧିତ କରିବେ ।

ମେଡ଼ିସିନ ସ୍କେୟାରରେ  ଆୟୋଜିତ ହେବାକୁ ଥିବା ରାଲିରେ ପାଖାପାଖି ୫୦୦୦ ଭାରତୀୟ ସାମିଲ ହେବେ । ସେ ଷ୍ଟେନଫୋର୍ଡ  ୟୁନିଭରସିଟିରେ ପ୍ୟାନେଲ ଚର୍ଚ୍ଚା ଏବଂ ଭାଷଣ ପାଇଁ ୱାସିଂଟନ ଏବଂ କାଲିଫର୍ଣ୍ଣିଆ ଯିବେ । ଏହି ଯାତ୍ରା ବେଳେ  ସେ ନେତା ଏବଂ ଉଦ୍ୟୋଗପତିଙ୍କୁ ଭେଟିବେ ।

Leave a Reply

Your email address will not be published. Required fields are marked *