କାର୍ତ୍ତିଙ୍କ ଘରେ ସିବିଆଇ ଖାନତଲାସ

Spread the love

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବାସଭବନରେ ସିବିଆଇର ଖାନତଲାସ । ଖାନତଲାସି ବେଳେ କାର୍ତ୍ତିଙ୍କ ପତ୍ନୀ ଏକ କପବୋର୍ଡକୁ ସିଲ କରିଛି ସିବିଆଇ । ତେବେ ଖାନତଲାସି ବେଳେ କାର୍ତ୍ତିଙ୍କ ପତ୍ନୀ ଘରେ ନଥିବା ସୂଚନା ମିଳିଛି ।ପଞ୍ଜାବରେ ପାୱାରପ୍ଲାଣ୍ଟ ପ୍ରତିଷ୍ଟା ଲାଗି ବେଦାନ୍ତ ଗ୍ରୁପ ଅଫ କମ୍ପାନୀ ତାଲୱାଣ୍ଡି ଶବୋ ପାୱାର ଲିମିଟେଡ ବା ଟିଏସପିଏଲର ଜଣେ ପ୍ରମୁଖ ପଦାଧିକାରୀଙ୍କ ଦ୍ବାରା କାର୍ତ୍ତି ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏସ ଭାସ୍କର ରମଣଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଥିବା ଅଭିଯୋଗ ହୋଇଥିଲା । ନିଜର ସିବିଆଇ ଏଫଆଇଆରରେ ଦର୍ଶାଇଥିଲା ପଞ୍ଜାବରେ ଚୀନର ଏକ କମ୍ପାନୀ ଜରିଆରେ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଥିଲା । ଯେଉଁଥିରେ ଦୁର୍ନୀତିର ବାସ୍ନା ଆସିଥିଲା । ୨୬୩ ଜଣ ଚୀନ ଶ୍ରିମକ ଲାଗି ପ୍ରୋଜେକ୍ଟ ଭିସା ପୁନଃ ପ୍ରଦାନ କରିବା ଲାଗି ଟିଏସପିଏଲର କର୍ତ୍ତୃପକ୍ଷ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଏଫଆଇଆରରେ ଦର୍ଶାଯାଇଥିଲା ।  

ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *