ରଶ୍ମି ଶୁକ୍ଳା ହେଲେ ବିଏଏଫର ନୂଆ ଡିଜି

Spread the love

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଳା ହେଲେ ସୀମା ସଶସ୍ତ୍ର ବଳ ବା ବିଏଏଫର ନୂଆ ଡିଜି। ୧୯୮୮ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ ଅଧିକାରୀ ହେଲେ ଶୁକ୍ଳା। ବର୍ତ୍ତମାନ ସେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ବଳର ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଛନ୍ତି। କ୍ୟାବିନେଟ ନିଯୁକ୍ତି କମିଟି ରଶ୍ମୀ ଶୁକ୍ଳାଙ୍କ ନାମରେ ମୋହର ମାରିବା ପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଏହି ଆଦେଶ ଜାରି କରିଛି। ଶୁକ୍ଳା ୨୦୨୪ ଜୁନ ୩୦ ପର୍ଯ୍ୟନ୍ତ ବିଏସଏଫ ଡିଜି ଭାବେ କାର୍ଯ୍ୟ ତୁଲାଇବେ।

ଯେତେବେଳେ ୨୦୧୯ରେ ଶିବସେନା ନେତା ସଞ୍ଜ ରାଉତ ଓ ଏନସିପି ନେତା ଏକନାଥ ଖଡସେଙ୍କ ଫୋନ ଟେପ ନେଇ ଅଭିଯୋଗ ଆସିଥିଲା ସେତେବେଳେ ଶୁକ୍ଳା ମହାରାଷ୍ଟ୍ର ପୁଲିସର ଗୁଇନ୍ଦା ବିଭାଗ ମୁଖ୍ୟ ଥିଲେ। ଏହି ମାମଲାକୁ ନେଇ ତାଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଥିଲା। ହେଲେ ମହାରାଷ୍ଟ୍ର ସରକାର ତଦନ୍ତ ପାଇଁ ଅନୁମତି ଦେଇ ନ ଥିଲେ। ଏହା ପରେ ଶୁକ୍ଳା କୋର୍ଟରେ ଯାଚିକା ଦାୟର କରି ତାଙ୍କୁ ଅଭିଯୋଗମୁକ୍ତ କରିବାକୁ ଅପିଲ କରିଥିଲେ।

ଏସଏସବି ନେପାଳ ଓ ଭୁଟାନ ସୀମା ସୁରକ୍ଷା କରୁଥିବା ଫୋର୍ସ। ଏହା ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତ ଆସୁଥିବା ସାତ  କେନ୍ଦ୍ରୀୟ ସୁରକ୍ଷା ମଧ୍ୟରୁ ଗୋଟିଏ। ଏହାର ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ। ୧୯୬୩ରେ ଏହି ସଂସ୍ଥାର ସ୍ଥାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *