ଆତଙ୍କବାଦୀ ନେଟୱାର୍କରେ ଜଡ଼ିତ କାଶ୍ମୀର ସିଂ ଗଲଡ଼ିଙ୍କ ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଛି

Spread the love

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନଆଇଏ) ମଙ୍ଗଳବାର ଦିନ ଆତଙ୍କବାଦୀର ଗତିବିଧିରେ ସାମିଲ ଖଲିସ୍ଥାନ ସମର୍ଥକ କାଶ୍ମୀର ସିଂ ଗଲଡ଼ି ଓରଫ ବଲବୀର ସିଂ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

ଏନଆଇର କହିବା ଅନୁସାରେ ଗତବର୍ଷ ଅଗଷ୍ଟ ୨୦ ରେ କାଶ୍ମୀର ସିଂଙ୍କ ପାଇଁ ଆଇପିସି ଏବଂ ୟୁପିଏର ବିଭିନ୍ନ ବିଭାଗ ଅଧିନରେ ତଲାସରେ ଥିଲେ । ସେ ଲୁଧିଆନାର ବାସିନ୍ଦା ।

ସୂଚନାଯୋଗ୍ୟ ଯେ, ତାଙ୍କୁ ନଭା ଜେଲ ବ୍ରେକ ମାମଲାରେ ତାଙ୍କୁ ଖୋଜାଚାଲିଥିଲା । ସାତ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୬ରେ ପାଲବିନ୍ଦର ପିଣ୍ଡା ସମେତ ଅନେକ ବଦମାସ ଲୋକମାନେ ନଭା ଉଚ୍ଚ ସୁରକ୍ଷା ଜେଲ ଉପରେ ଆକ୍ରମଣ କରି ଚାରିଜଣ ବଦମାସଙ୍କୁ ନେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *