କାର ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦା ଥାନା ନିକଟରେ ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା ହେଇଥିଲା। ଘୋଟଣା ସ୍ଥଳରେ ସ୍କୁଟି ଚାଳକର ମୃତ୍ୟୁ ଘୋଟିଥିବା ବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଦମକଳ ବାହିନୀ କର୍ମଚାରୀ କମର୍ଦା ଗୋଷ୍ଠିସ୍ବସ୍ଥକେନ୍ଦ୍ର ରେ ଭର୍ତି କରାଯାଇଥିଲେ ଅତି ଗୁରୁତର ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ମୃତ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ କଶିଦା ଗ୍ରାମର ଅବନ୍ତୀ କୁମାର କର । ଘୋଟଣା ସ୍ତଳରୁ କାର ଚାଳକ ଫେରାର ହେଇଥିବା ବେଳେ କାର ଓ ସ୍କୁଟି କୁ ଜବଦ କରି କମର୍ଦା ପୋଲିସ୍ ତଦନ୍ତ କରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now