ସୀମା ବିବାଦ: ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶାହ

Spread the love

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ଜାରି ସୀମା ବିବାଦ ଭିତରେ ଦିଲ୍ଲୀରେ ଗୃମନ୍ତ୍ରୀ ଅମିତ ଶାହ ଓ ମହାବିକାଶ ଅଘାଡି ସାଂସଦଙ୍କ ମଧ୍ୟରେ ବୈଠକ। ଏମବିଏର ସାଂସଦମାନଙ୍କ ଏକ ଦଳ ସୁପ୍ରିୟା ସୁଲେଙ୍କ ନେତୃତ୍ବରେ ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି। ସୀମା ବିବାଦ ବ୍ୟତୀତ ବୈଠକରେ ମହାରାଷ୍ଟ୍ରର ଅନ୍ୟାନ୍ୟ ମୁଦ୍ଦା ଉପରେ ହୋଇଛି ଚର୍ଚ୍ଚା। ସୀମା ବିବାଦକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ୧୪ ତାରିଖରେ ଗୃହମନ୍ତ୍ରୀ ଭେଟିବାକୁ ଯାଉଥିବା ବୈଠକ ପରେ ଆରସିପିର ଜଣେ ନେତା ଦେଇଛନ୍ତି ସୂଚନା।

ମହାରାଷ୍ଟ୍ରର ଶିରୁର ସାଂସଦ  କୋଲ୍ଡେ କହିଛନ୍ତି କି, ବୈଠକ ଏମବିଏ ପ୍ରତିନିଧିମଣ୍ଡଳ ଶାହଙ୍କୁ ଜଣାଯାଇଥିଲା କି, ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଏପରି ସ୍ତରରେ ପହଞଚିଛି କି, ଏହାକୁ ନେଇ ହିଂସା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କୁ ନଭେମ୍ବର ୧୪ରେ ଶାହ ଭେଟିବାକୁ ଯାଉଛନ୍ତି।

ସେପଟେ ଏହି ବିବାଦକୁ ନେଇ ବେଙ୍ଗାଲୁରସ୍ଥିତ ମହାରାଷ୍ଟ୍ର ବ୍ୟାଙ୍କ ବାହାରେ ଜୋରଦାର ପ୍ରଦର୍ଶନ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଗାନ୍ଧୀ ନଗରସ୍ଥିତ ବ୍ୟାଙ୍କ ବାହାରେ ନମ୍ମା କର୍ଣ୍ଣାଟକ ସେନା ପକ୍ଷରୁ ମହାରାଷ୍ଟ୍ର ସରକାର ବିରୋଧରେ ଜୋରଦାର ପ୍ରଦର୍ଶନ ହୋଇଛି। ପ୍ରଦର୍ଶନକୁ ଦମନ କରିବାକୁ ସେଠାରେ ପୁଲିସ ପହଞ୍ଚିବା ସହ ଅନେକଙ୍କୁ ନିଜ ହାଜତକୁ ନେଇଛି।

Leave a Reply

Your email address will not be published. Required fields are marked *