ମହାରାଷ୍ଟ୍ରରେ ସରଦ ପାୱାର ଭାରତ ଯୋଡ ଯାତ୍ରାରେ ହେବେନି ସାମିଲ

Spread the love

ମୁମ୍ବାଇ: ଏନସିପି ମୁଖ୍ୟ ସରଦ ପାୱାର  କଂଗ୍ରେସର ଭାରତ ଯୋଡ ଯାତ୍ରା ରେ ନଭେମ୍ବର ୧୧ରେ ଭାଗ ନେବେ ନାହିଁ। ପାୱାର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ଥିବାରୁ ଭାରତ ଯୋଡ ଯାତ୍ରାରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଗୁରୁବାର କହିଛନ୍ତି।

‘ ଏନସିପି ମୁଖ୍ୟ ସରଦ ପାୱାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ରାହୁଲ ଗାନ୍ଧୀ ଓ ମୁଁ ତାଙ୍କ ସହ କଥା ହୋଇଛୁ। ଡାକ୍ତର ତାଙ୍କୁ ୩-୪ ସପ୍ତାହ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ସେ ଭାରତ ଯୋଡ ଯାତ୍ରାରେ ନଭେମ୍ବର ୧୧ରେ ଭାଗ ନେଉ ନାହାନ୍ତି’ ବୋଲି କହିଛନ୍ତି ରମେଶ।

ତେବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ସହ ଏନସିପିର ଜୟନ୍ତ ପାଟିଲ, ସୁପ୍ରିୟା ସୁଲେ ଓ ଜିତେନ୍ଦ୍ର ଅୱହାଦ  ଯାତ୍ରାରେ ଅଂଶ ଗ୍ରହଣ କରିବେ।  ସୋମବାର ଦିନ ଭାରତ ଯୋଡ ଯାତ୍ରା ମହାରାଷ୍ଟ୍ର ସୀମା ଭିତରକୁ ପ୍ରବେଶ କରିବ। ମହାରାଷ୍ଟ୍ରର ୧୫ ବିଧାନସଭା ଓ ୬ ସଂସଦୀୟ କ୍ଷେତ୍ରର ୫ଟି ଜିଲ୍ଲାକୁ ରାହୁଲ ଗାନ୍ଧୀ ୧୫ ଦିନ ଭିତରେ ୩୮୨ କିଲୋମିଟର ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଦ୍ୟାବଧି ଏହି ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିନ ନାଡୁ ଓ ତେଲେଙ୍ଗାନାକୁ ଅତିକ୍ରମ କରି ସାରିଲାଣି।

କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ କନ୍ୟାକୁମାରୀରୁ କାଶ୍ମୀର ଅତିକ୍ରମ କରିବାର ଲକ୍ଷ୍ୟ ଥିବା ବେଳେ ମୋଟ ୩ହଜାର ୫୭୦ କିଲୋମିଟର ଅତିକ୍ରମ କରିବାକୁ ଅଛି। କୌଣସି ରାଜନେତାଙ୍କ ଦ୍ବାରା ଏହି ସର୍ବାଧିକ ଦୂରତା ପାଦରେ ଅତିକ୍ରମ କରି ରାହୁଲ ଇତିହାସ ରଚିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *