ଦିଲ୍ଲୀ ବନ୍ୟାଗ୍ରସ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ

Spread the love

ନୂଆଦିଲ୍ଲୀ : ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବିପଦ ସଂକେତ ଉପରେ ଚାଲୁଛି । ଯମୁନା ପାଣିର ସ୍ତର ୨୦୭.୫୫ ମିଟର ଉପରେ ପହଞ୍ଚିଛି ଏବଂ ଏହାସହିତ ୪୫ ବର୍ଷର ପୁରୁଣା ରେକର୍ଡ଼ ମଧ୍ୟ ଭାଙ୍ଗିଛି । ନଦୀବନ୍ଧ ଭାଙ୍ଗିବାରୁ ଗଢ଼ି ମାଣ୍ଡୁ ଗାଆ ବୁଡ଼ିଯାଇଛି, ଜୈତପୁର ଏବଂ ମୀଠାପୁର ମଧ୍ୟ ବୁଡ଼ିବା ଉପରେ ।

ଦିଲ୍ଲୀ ପୋଲିସ୍ ଏହତିୟାତ ଭାବେ ଦିଲ୍ଲୀର ବନ୍ୟାଗ୍ରସ୍ତ ଅଞ୍ଚଳରେ ସିଆର୍‌ପିସିର ଧାରା ୧୪୪ ଲାଗୁ କରିଛି । ସୂଚନା ଅନୁଯାୟୀ ଲାଲ୍‌କିଲ୍ଲା ପାଖରେ ପୁରୁଣା ଲୁହା ପୋଲରେ ରେଳ ଏବଂ ଯାନବାହନର ଯାତାୟତ ରୋକିଦିଆଯାଇଛି । ଯମୁନା ପାଣି ନିମ୍ନ ଅଞ୍ଚଳକୁ ପୁରା ନିଜ କବ୍‌ଜାରେ ନେଇଯାଇଛି । ଯମୁନାରେ ୧୯୭୮ରେ ଜଳସ୍ତର ସର୍ବାଧିକ ଥିଲା, ଯାହା ୨୦୭.୪୯ର ପାଖାପାଖି ଥିଲା । ଯମୁନାରେ ବନ୍ୟା ସମୟରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ପାଇଁ ୪୫ ଡଙ୍ଗା କାମରେ ଲାଗିଛି ।

Leave a Reply

Your email address will not be published. Required fields are marked *