ସାଇରସଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର ଚୋଟ

Spread the love

ମୁମ୍ବାଇ: ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତି ସାଇରସ ମିସ୍ତ୍ରୀର ଏକ ଭୟଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୋଷ୍ଟମର୍ଟମ  ରିପୋର୍ଟ ସାମ୍ନାକୁ ଆସିଛି। ପ୍ରାରମ୍ଭିକ ରିପୋର୍ଟରେ ଜଣାପଡିଛି କି, ତାଙ୍କ ଛାତି, ମୁଣ୍ଡ, ବେକ, ଜଙ୍ଘରେ ଗମ୍ଭୀର ଚୋଟ ଲାଗିଥିଲା। ତାଙ୍କୁ ପଲିଟ୍ରାମ ଥିଲା। ପଲିଟ୍ରାମ  ସେତେବେଳେ ହୋଇଥାଏ ଯେତେବେ କୌଣସି ବ୍ୟକ୍ତିଙ୍କ କୌଣସି ବିରାଟ ଆନ୍ତରିକ ଚୋଟର ସମ୍ମୁଖୀନ ହୋଇଥାନ୍ତି। ଦୁଇ ଦିନ ପରେ ଅନ୍ତିମ ରିପୋର୍ଟ ଆସିବ।

ମିସ୍ତ୍ରୀଙ୍କ ଶରୀରରୁ ୮ଟି ନମୁନା ନିଆଯାଇଥିଲା ଓ ପୁରା ପୋଷ୍ଟମଟମ କ୍ୟାମେରାରେ କରାଯାଇଥିଲା। ବିସରାର ନମୁନା ସୁରକ୍ଷିତ ରଖାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ଆଜି ମୁମ୍ବାଇର ବର୍ଲ୍ଲି ଶ୍ମଶାନରେ କରାଯାଇଥିଲା। ମହାରାଷ୍ଟ୍ରର ପାଲଘରରେ ଗତକାଲି ମିନ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମିନ୍ତ୍ରୀଙ୍କ ସହ କାରରେ ଥିବା ଅନ୍ୟ ଜଣଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

Leave a Reply

Your email address will not be published. Required fields are marked *