ନବସାରୀରେ ମର୍ମନ୍ତୁଦ ଦୁର୍ଘଟଣା

Spread the love

ଗାନ୍ଧୀନଗର: ଗୁଜୁରାଟର ନବସାରୀରେ ଶନିବାର ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ନେଲା ୯ ଜୀବନ। ଭୋର ସମୟରେ ଏକ ବସ ଓ ଏସୟୁବି କାର ଭିତରେ ହୋଇଛି ଧକ୍କା। ଏହି ଦୁର୍ଘଟଣାରେ ୯ଙ୍କ ପ୍ରାଣହାନୀ ସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସ ମୁତାବକ, ଦୁର୍ଘଟଣା ଅହମଦାବାଦ-ମୁମ୍ବାଇ ହାଇୱେରେ ହୋଇଥିଲା।

ସୂଚନା ଅନୁଯାୟୀ, ନବସାରୀ ନେସନାଲ ହାଇୱେ ୪୮ରେ ଦୁର୍ଘଟଣାଗ୍ରସ୍ତ ବସ ସୁରତରେ ଏକ କାର୍ଯ୍ୟକ୍ରମ ଅଭିମୁଖେ ଯାଉଥିଲା। ବିପରିତ ଦିଗରୁ ଆସୁଥିବା ଏସୟୁବି କାର ଡ୍ରାଇଭରଙ୍କୁ ହଠାତ୍ ହୃଦଘାତ ହେବାରୁ ସେ କାର ଉପରୁ ନିୟନ୍ତ୍ରଣ ହରାଇବସିଥିଲେ।  ଫଳରେ କାର ଡିଭାଇଡର ପାର କରି ରାସ୍ତାର ଆର ପଟେ ସାମ୍ନାରୁ ଆସୁଥିବା ବସ ସହ ଧକ୍କା ହୋଇଥିଲା। ଏଥିର କାରର ସମସ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ  ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦିଲିଫ ଫଣ୍ଡରୁ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କା ଓ ଆହତଙ୍କ ପିଛା ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟକରି ନବସାରୀ ଦୁର୍ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି କି, ନବସାରୀରେ ହୋଇଥିବା ଦୁର୍ଘଟଣା ହୃଦୟବିଦାରକ। ଯେଉଁ ଲୋକମାନେ ସେମାନଙ୍କ ପରିଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ରହିଛି। ଏଥିସହ ସ୍ଥାନୀୟ ପ୍ରଶାସନକୁ ତତ୍କାଳ ଚିକିତ୍ସା ଯୋଗାଇ ଦେବାକୁ ଆଦେଶ ଦେଇ ଆହତଙ୍‌କ ଆଶୁ ଆରୋଗୀ କାମନା କରିଛନ୍ତି।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଏହି ଦୁର୍ଘଟଣା ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି।  ପରିବାର ବର୍ଗଙ୍କୁ ହରାଇଥିବା ଲୋକଙ୍କୁ ସମବେଦନା ଜଣାଇବା ସହ ଭଗବାନଙ୍କ ନିକଟରେ ଆହତଙ୍କ ଆଶୁ ସୁସ୍ଥତା କାମନା କରିଛନ୍ତି।   

Leave a Reply

Your email address will not be published. Required fields are marked *