କରୋନା କାଳରେ ହ୍ରାସ ପାଇଛି ଯୌନ ଉତ୍ପୀଡନ

Spread the love

ନୂଆଦିଲ୍ଲୀ: କରୋନା ମହାମାରୀ ପରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ମାମଲା ହ୍ରାସ ପାଇଛି। ଗତ ପାଞ୍ଚ ବର୍ଷରେ ଶୀର୍ଶ ୧୦୦ କମ୍ପାନୀଗୁଡିକର ବାର୍ଷିକ ରିପୋର୍ଟରେ ଯୌନ ଉତ୍ପୀଡନର ଅଭିଯୋଗ ଡାଟା ଏକତ୍ରିକରଣ ପରେ ଏହା ଜଣାପଡିଛି। ଏହି ସଂଖ୍ୟା ବିଶ୍ଲେଷଣରୁ ଜଣା ପଡିଛି କି, ବିଗତ କିଛି ବର୍ଷରେ କର୍ମକ୍ଷେତ୍ରରେ ମହିଳାଙ୍କ ସହ ହେଉଥିବା ଅସଦାଚରଣ କମିଛି। ୨୦୨୧-୨୨ରେ ପ୍ରତି ୧୦ ହଜାର ମହିଳାରେ ୮ ଜଣ ଯୌନ ଉତ୍ପୀଡନର ଶିକାର ନେଇ ମାମଲା ହୋଇଛି, ଯାହା ୨୦୧୭ରୁ ୨୦୨୧ ଭିତରେ ଅଧିକ ଥିଲା। ଏହି ସମୟ ମଧ୍ୟରେ ୨୦୧୯ରେ ସବୁଠାରୁ ଅଧିକ ମାମଲା ରୁଜୁ ହୋଇଥିଲା।  ଯାହା ୨୦୨୦ ଓ ୨୦୨୧ରେ କ୍ରମଶଃ ୩.୮ ଓ ୧୩.୮ ପ୍ରତିଶତ ହାରରେ ହ୍ରାସ ଘଟିଥିଲା।

ମହାନଗର ଭିତରୁ ଦିଲ୍ଲୀରେ ୨୦୨୧ରେ କର୍ମକ୍ଷେତ୍ରର ଯୌନ ଉତ୍ପୀଡନର ସବୁଠାରୁ ଅଧିକ ମାମଲା ଆସିଥିଲା। ଏହା ପରେ ଥିଲା ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେ।  ଦେଶରେ ଏହି ଶ୍ରେଣୀର ଯୌନ ଉତ୍ପୀଡନ ଭିତରୁ ୯୧.୯ ପ୍ରତିଶତ ଏହି ପାଞ୍ଚ ସହରରୁ ହୋଇଥିଲା। ତେବେ ଏହା ଉପରେ  ମହିଳାଙ୍କ ସୁରକ୍ଷା ପାଇଁ କାମ କରୁଥିବା ସ୍ବାତୀ ଜୈନ କହିଛନ୍ତି କି, କରୋନା କାଳରେ ପ୍ରାୟ ୪-୫ଟି ମାମଲା ଆସିଛି। ଏହି ସମୟରେ ଶାରୀରିକ ସମ୍ବନ୍ଧ ସମ୍ଭବ ନଥିଲା, କେବଳ ମେସେଜ ଯୋଗେ ମହିଳା କର୍ମଚାରୀଙ୍କୁ ମାନସିକ ଚିନ୍ତାଗ୍ରସ୍ତ କରାଯାଉଥିଲା।   

Leave a Reply

Your email address will not be published. Required fields are marked *