ପଞ୍ଚଭୂତରେ ବିଲୀନ ହେଲେ ଜୟନ୍ତୀ

ଭୁବନେଶ୍ୱର : ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ଶୋକର ଛାୟା। ଭୁବନଶ୍ବର ବାସଭବନ ଯାଇ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି  ବହୁ ବିଶିଷ୍ଟ ବ୍ୟକ୍ତି। ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ। ଏକ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ଜୟନ୍ତୀଙ୍କର ପରଲୋକ  ହୋଇଛି।  ରାଜନୀତି ସହ ସାହିତ୍ୟ କ୍ଷେତର୍ରେ ବେଶ ସୁନାମ ଅର୍ଝନ  କରିଥିଲେ  ଜୟନ୍ତି।  କଟକ, ବ୍ରହ୍ମପୁରର ସାଂସଦ ରହିଥିଲେ।  ୧୯୯୮ରେ ବରହ୍ମପୁର ସାଂସଦ ରହିଥିଲେ।  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ  ଧର୍ମପତ୍ନୀ ଥିଲେ ଜୟନ୍ତି  ପଟ୍ଟନାୟକ ।  ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ହୋଇଥିଲେ ଜୟନ୍ତି । ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରଥମ ମହିଳା ସାଂସଦ ।  ବରିଷ୍ଟ କଂଗ୍ରେସ ନେତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବେଶେଷ ଶୋକବ୍ୟକ୍ତ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *