ଦେଢମାସ ବ୍ୟାପୀ ପାଳିତ ନରିପୁରରେ ଶ୍ରୀରାମ ନବମୀ, ଧୁମ୍‌ଧାମରେ ପାଣିକୁ ଗଲେ ମୂର୍ତି

Spread the love

ଭଦ୍ରକ : ଭଦ୍ରକ ସହର ନରିପୁର ଅସ୍ଥଳ ଗ୍ରାମ ସ୍ଥିତ ମା’ ବୁଢୀ ଜାଗୁଳାଇ ଜାଡ଼ି ବାସୁଳୀ ପାଶ୍ୱର୍ ରାମ ମନ୍ଦିରରେ ଶ୍ରୀରାମ ନବମୀ ମହୋତ୍ସବ ରାମ ନବମୀ ଠାରୁ ଏକମାସ ୧୨ ଦିନ ଧରି ପାଳିତ ହୋଇଛି । ଗତକାଲି ଏହାର ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ପୂଜା କର୍ମକ ର୍ା, କାଉନସିଲର, ସାମ୍ବାଦିକ, ଶୁଭେଚ୍ଛୁ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ପୂଜା କର୍ମରେ ପ୍ରତ୍ୟେକ ଦିନ ପ୍ରସାଦ ସେବନ, ସନ୍ଧ୍ୟା ଆଳତୀ ଶ୍ରଦ୍ଧାଳୁମାନେ ଦର୍ଶନ କରିଥାଆନ୍ତି । ଦୈନନ୍ଦିନ ବିଗ୍ରହଙ୍କଠାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ହୋଇଥାଏ । ପ୍ରତ୍ୟେକ ସନ୍ଧ୍ୟାରେ ଭାଗବତ ପାଠ, ପ୍ରବଚନ, ପାଲା, ପାରାୟଣ, ହନୁମାନ ଚାଳିଶାପାଠ, ଧର୍ମ ଚର୍ଚ୍ଚା ହେବା ସହ ବିଶିଷ୍ଟ ସଂଗୀତଜ୍ଞ ଶ୍ରୀଚରଣ ମହାନ୍ତିଙ୍କ ଟ୍ରୁପ୍‌ଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ତେବେ ଏହି ଶ୍ରୀରାମ ନବମୀରେ ପ୍ରତିଦିନ ଗ୍ରାମବାସୀଙ୍କ ପକ୍ଷରୁ ପାଳି ଭୋଗ ଲାଗି ହୋଇ ପ୍ରସାଦ ସେବନ ସମସ୍ତେ କରିଥାନ୍ତି । ଉଲ୍ଲେଖ ଯୋଗ୍ୟ ଯେ ପାଳି ଭୋଗ ଶେଷ ନହେବା ଯାଏ ପ୍ରଭୁ ପୂଜା ପାଇଥାନ୍ତି । ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଦେବୀ ସୀତା, ହନୁମାନଙ୍କ ବିଗ୍ରହ ମେଢ ଏକ ଶୋଭାଯାତ୍ରାରେ ଘ ବାଦ୍ୟ, ଶାଙ୍ଖ ଧ୍ୱନୀରେ ଗ୍ରାମରୁ ନିଆଯାଇ ନଗର ପରିକ୍ରମା ସମୟରେ ବଲାଙ୍ଗୀରର ଦୁଲ୍‌ଦୁଲି, ପୁରୀ ସାହିଯାତ, ଘୋଡ଼ାନାଚ, ଦଶଭୂଜା ମା’କାଳୀ, ନୃସିଂହ, ଶ୍ରୀଗଣେଶ, ନାଗାର୍ଜୁନ ବେଶ ପ୍ରଦର୍ଶନ ହୋଇଥିବାରୁ ଜନସାଧାରଣ ଏବଂ ଦର୍ଶକଙ୍କୁ ମୁଗ୍‌ଧ କରିଥିଲା । ଶ୍ରୀରାମ ନବମୀ ପାଳନର ବିଭିନ୍ନ ଦିବସରେ ବିଧାୟକ ସଂଜୀବ କୁମାର ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଯୁବନେତା ସୂର୍ଯ୍ୟକୁମାର ଦାସ, କାଉନସିଲର ଗୀତାଞ୍ଜଳୀ ଦାସ, ପୂର୍ବତନ କାଉନସିଲର ତଥା ଶ୍ରୀରାମ ନବମୀ ପୂଜା କମିଟି ସମ୍ପାଦକ ଗଜେନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅମର ନାୟକ, ଦୁର୍ଗାଶଙ୍କର ବିଶ୍ୱାଳ, ସମାଜସେବୀ ବୀରେନ୍ଦ୍ର ଦାସ, ସତ୍ୟ ଦାସ, ମୃତ୍ୟୁଞ୍ଜୟ ମହାପାତ୍ର, ସୁଧର ପାଢୀ, ପତିତପାବନ ଦାଶ, ଶିକ୍ଷାବିତ୍ ତ୍ରିଲୋଚନ ନାୟକ, ବାସୁଦେବପୁର ସାଂସଦ ପ୍ରତିନିଧି ସୁରେଶ ମହାନ୍ତି, ଆକାଶବାଣୀ ସମ୍ବାଦଦାତା ଅଶୋକ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀରାମ ନବମୀ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନା ଯେ ୧୯୮୫ରୁ ଅଦ୍ୟାବଧି ୩୮ବର୍ଷ ଧରି ପୂଜା କମିଟି ସମ୍ପାଦକ ଶ୍ରୀ ଗଜେନ୍ଦ୍ର ପଣ୍ଡା, ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଅସ୍ତଳ ଶ୍ରୀରାମ ମଣ୍ଡପର ଉନ୍ନତି ଓ ବିକାଶ ଉପରେ ବିଭିନ୍ନ ଦାବି ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେମାନେ ଏ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ । ଭସାଣ ଶୋଭାଯାତ୍ରା ଶେଷ ହୋଇ ସାଳନ୍ଦୀ ନଦୀଘାଟରେ ବିସର୍ଜନ କରାଯାଇଥିଲା । ଭସାଣ ଯାତ୍ରାରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ଶୋଭାଯାତ୍ରାରେ ଶତାଧିକ ପୁରୁଷ ମହିଳା ଯୋଗ ଦେଇଥିଲେ । ଇତି ମଧ୍ୟରେ ଏହି ଅସ୍ତଳ ଗ୍ରାମର ସାର୍ବଜନୀନ ମା’ ଶୀତଳା ଦେବୀଙ୍କ ପୂଜା ଉତ୍ସବ ଓ ଭସାଣି ହୋଇଯାଇଛି ।  

Leave a Reply

Your email address will not be published. Required fields are marked *