ଦକ୍ଷିଣ କାଶ୍ମୀରର ତିନି ଜିଲ୍ଲାରେ ଏସ୍‌ଆଇଏର ଚଢ଼ାଉ

Spread the love

ଶ୍ରୀନଗର : ରାଜ୍ୟ ଯାଞ୍ଚ ଏଜେନ୍ସି(ଏସ୍‌ଆଇଏ) ଦକ୍ଷିଣ କାଶ୍ମୀରର ତିନି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏକ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଏସ୍‌ଆଇଏର ଟିମ୍ ପୋଲିସ୍ ଏବଂ ସିଆର୍‌ପିଏଫ୍ ସହିତ ଦକ୍ଷିଣ କାଶ୍ମୀରର ତିନି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ସେ କହିଛନ୍ତି ଯେ ସୋପିୟାର ଚକୁରା ଏବଂ ଶିରମଲ, କୁଲଗାମର କୈମୋହ ଏବଂ ଦକ୍ଷିଣ କାଶ୍ମୀର ମୁଖ୍ୟ ସହର ଅନନ୍ତନାଗରେ ଏହି କାର୍ଯ୍ୟାନୁଷ୍ଠାନ ଚାଲୁଛି । ସେ କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ସଞ୍ଜୟ ଶର୍ମା ବ୍ୟାଙ୍କ ଏଟିଏମ୍ ଗାର୍ଡ଼ ହତ୍ୟାର ଯାଂଚ ବିଷୟରେ କରାଯାଉଛି । ସଞ୍ଜୟର ଏହି ବର୍ଷ ଫେବୃଆରୀରେ ପୁଲୱାମାରେ ଆତଙ୍କବାଦୀ ହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *