ସୌକତ ଅହମ୍ମଦ ଆତଙ୍କୀ ଘୋଷିତ

Spread the love

ଶ୍ରୀନଗର: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀଙ୍କ ବଢିଚାଲିଥିବା ହିଂସାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ କେନ୍ଦ୍ର ସରକାର ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ଆତଙ୍କୀ ନିବାରଣ ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି।

ସୌକତ ମୋଚି ବର୍ତ୍ତମାନ ପାକିସ୍ତାନରେ ଅବସ୍ଥାପିତ ଥିବା ବେଳେ ଉତ୍ତର କଶ୍ମୀରରେ ରହିଥିବା ତା’ର ନେଟୱାର୍କକୁ ବ୍ୟବହାର କରି ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି। ତାର ସହଯୋଗରେ ସୀମାରେ ଅନୁପ୍ରବେଶ, ଟେରୋରିଷ୍ଟ ଫଣ୍ଡିଂ, ଆତଙ୍କବାଦୀ ସଂଗଠନରେ ଭାରତୀୟ ଯୁବକଙ୍କ ଭର୍ତ୍ତି ସବୁ କିଛି ଚାଲିଛି।

ଆତଙ୍କବାଦୀ ନିବାର ଆଇନ ୧୯୬୭ର ଧାରା ୩୫ର (କ)ର କ୍ଷମତା  ବ୍ୟବହାର କରି ମଙ୍ଗଳବାର ସୌକତର ସଂଗଠନ ହିଜବୁଲ  ମୁଜାହିଦ୍ଦିନିର ସଦସ୍ୟ ସୌକତକୁ  କେନ୍ଦ୍ର ଗୃହମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *