ନୁଆଦିଲ୍ଲୀ : କେନ୍ଦ୍ରରେ ରାଜ୍ୟମନ୍ତ୍ରୀ ପ୍ରଫେସର ଏସପି ସିଂହ ବଘେଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟରୁ ହଟାଇ ଦିଆଯାଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବରେ ଦାୟୁତ୍ୱ ଦିଆଯାଇଛି ।
ରାଷ୍ଟ୍ରପତିଙ୍କ ପ୍ରେସ ସଚିବଙ୍କ ଗୁରୁବାରଦିନ ଦେଇଥଟବା ସୁଚନା ଅନୁସାରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପ୍ର ଏସପି ସିଂହ ବଘେଲଙ୍କୁ ଆଇନ୍ ମନ୍ତ୍ରଣାଳୟରୁ ପରିବର୍ତନ କରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାରେ ନିର୍ଦେଶ ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now