ଗଡିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍

Spread the love

() ଦିଲ୍ଲୀରୁ ଗଡ଼ିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍। ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ନାଁରେ ୟୁପି, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟସ୍ଥଳକୁ ଏହା ଯାତ୍ରା କରିବ। ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଯାତ୍ରାର ପ୍ରଥମ ରହଣି ବାରାଣସୀ ଷ୍ଟେସନ ହେବ। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଛି।

ବାରାଣସୀ, ବୈଦ୍ୟନାଥ, ପୁରୀରୁ ଗୟା ଯାଏ। ୮ ଦିନ ଧରି ପର୍ଯ୍ୟଟକଙ୍କୁ ଭାରତର ଏହି ପ୍ରମୁଖ ଧାମ, ତୀର୍ଥକ୍ଷେତ୍ର ଓ ଐତିହ୍ୟସ୍ଥଳକୁ ବୁଲାଇବ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଏହାର ଶୁଭାରମ୍ଭ ହୋଇଛି।  ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଯାତ୍ରାର ପ୍ରଥମ ରହଣୀ ବାରାଣସୀରେ ହେବ। ସେଠାରେ ପର୍ଯ୍ୟଟକ କାଶୀ ବିଶ୍ୱନାଥ, ଗଙ୍ଗାଘାଟ ଓ ଆରତିସ୍ଥଳ ବୁଲିବେ। ବାରାଣସୀ ପରେ ପର୍ଯ୍ୟଟକ ବୈଦ୍ୟନାଥ ଧାମ ଜ୍ୟାତିର୍ଲିଙ୍ଗ ମନ୍ଦିର ଦର୍ଶନ କରିବେ। ଏହା ପରେ ପୁରୀ ଅଭିମୁଖେ ଯାତ୍ରା କରିବେ। ପୁରୀଠାରେ ପର୍ଯ୍ୟଟକଙ୍କ ଲାଗି ୨ ରାତି ରହିବା ଲାଗି ବ୍ୟବସ୍ଥା ହୋଇଛି। ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କ ସୂର୍ଯ୍ୟମନ୍ଦିର ଓ ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଦର୍ଶନ କରିବେ ପର୍ଯ୍ୟଟକ। ଆଉ ପୁରୀ ପରେ ଗୟା ହେବ ଶେଷ ଗନ୍ତବ୍ୟସ୍ଥଳ। ଆଧୁନିକ ଶୈଳୀର ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନରେ  ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ଦେଖୋ ଆପନା ଦେଶ ର ଏକ ଅଂଶ ଭାବେ ଏହାର ଆରମ୍ଭ ହୋଇଛି। ପ୍ରତି ପର୍ଯ୍ୟଟକ ପିଛା ୧୭ହଜାର୬୫୫ ଟଙ୍କା ଟିକଟ ଦର ଆରମ୍ଭ ହେଉଛି। ଓଡ଼ିଆ ଭାଷାକୁ ମହାପ୍ରଭୁ ତିଆରି କରିଛନ୍ତି ବୋଲି ଏହି ଅବସରରେ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ତେବେ ଶ୍ରୀଜଗନ୍ନାଥ ଟ୍ରେନ୍ ଯାତ୍ରା ବିଭିନ୍ନ ଧାମ, ଏହାର ଐତିହ୍ୟ ଓ ସଂସ୍କୃତି ବାବଦରେ ପର୍ଯ୍ୟଟକଙ୍କୁ କେବଳ ପରିଦର୍ଶନ ଓ ଅବଗତ କରାଇବନି।  ୮ ଦିନରେ ୪ ରାଜ୍ୟ ଭ୍ରମଣ ବେଳେ ଅନେକ କଥାର ଉପଲବ୍ଧି କରିପାରିବେ ପର୍ଯ୍ୟଟକ। ସବୁ ଦେବତାଙ୍କ ଡୋରି ଲାଗିଥିବାରୁ ଏ ଯାତ୍ରା ସମ୍ଭବ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଉ ଏହି ଟ୍ରେନ୍ ଚଳାଚଳ ଲାଗି ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ଅଧିକ ରୁଦ୍ଧିମନ୍ତ କରିବ ବୋଲି ସେବାୟତ ଓ ପୁରୀ ବାସିନ୍ଦା ମତ ବାଢ଼ିଛନ୍ତି।

ପୁରୀରେ ୨ ରାତି ରହିବ ଟ୍ରେନ୍। ଆଇଆରସିଟିସି ପକ୍ଷରୁ ଆରମ୍ଭ ଏହି ୮ ଦିନିଆ ଟ୍ରେନ୍ ଯାତ୍ରାର ସୁଖଦ ଅନୁଭବ ପାଇବେ ପର୍ଯ୍ୟଟକ।

ପୁରୀରୁ ଶିବପ୍ରସାଦ ଦାଶଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *