ଆଦାନି ବନ୍ଦରକୁ ବିରୋଧ କରି ହଙ୍ଗାମା

Spread the love

ନିର୍ମାଣାଧୀନ ଆଦାନି ବନ୍ଦରକୁ ବିରୋଧ କରି ହଙ୍ଗାମା। ୩୦୦୦ରୁ ଅଧିକ ଲୋକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। କେରଳର ବିଞ୍ଜିଂଜମରେ ନିର୍ମାଣାଧୀନ ଥିବା ଆଦାନି ବନ୍ଦରକୁ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ବିକ୍ଷୋଭ, ନାରାବାଜି ଓ ପ୍ରତିବାଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ବିଞ୍ଜିଂଜମରେ ପୋଲିସ ଷ୍ଟେସନ ଉପରେ ହୋଇଥିବା ହିଂସାକାଣ୍ଡ ପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି। ବେଆଇନ ସଭା, ଦଙ୍ଗା ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ପୋଲିସ ୩୦୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଷ୍ଟେସନ ଭଙ୍ଗାରୁଜା ଘଟଣାରେ ପୋଲିସ ୩୦୦୦ ଲୋକଙ୍କ ନାମରେ ମାମଲା ରୁଜୁ କରିଥିବାବେଳେ ସେମାନଙ୍କୁ ଚିହ୍ନଟ କରିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ଅଛନ୍ତି। ଗତକାଲି ହୋଇଥିବା ହିଂସାକାଣ୍ଡରେ ୪୦ରୁ ଅଧିକ ପୋଲିସ କର୍ମଚାରୀ ସମେତ କିଛି ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *