ଆପ ମନ୍ତ୍ରୀ ମତେ ଜୀବନରୁ ମାରିବାକୁ ଧମକ ଦେଉଛି: ସୁକେଶ

Spread the love

ନୂଆଦିଲ୍ଲୀ: ପୁଣି ଆପ ନେତାଙ୍କ ବିରୋଧରେ ମହାଠକ ସୁକେଶର ଅଭିଯୋଗ। ପୁଣି ଦିଲ୍ଲୀ ଏଲଜିଙ୍କୁ ପତ୍ର ଲେଖିଲା ସୁକେଶ। ଆପର ମନ୍ତ୍ରୀ ତାକୁ ବାରମ୍ବାର ହତ୍ୟା ଧମକ ଦେଉଥିବା ଏଲଜିଙ୍କ ନିକଟରେ ଅଭିଯୋଗ ଆଣିଲା ସୁକେଶ।

ତିହାର ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଚିଠି ଲେଖିଛି। ଚଳିତ ଚିଠିରେ ସେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ୍ ଓ ଜେଲ ଡିଜି ସନ୍ଦୀପ ଗୋୟଲ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଉଥିବା ସେ ଅଭିଯୋଗ ଆଣିଛି। ସୁକେଶ ୩ ପୃଷ୍ଠାର ଚିଠିରେ ନିଜ ସୁରକ୍ଷା ବଢାଇବାକୁ ଅନୁରୋଧ କରିଛି। ତାର ମାମଲାରୁ ତଦନ୍ତ ସିବିଆଇ କରିବାକୁ ସେ ଦାବି ଜଣାଇଛି।

କିଛି ଦିନ ପୂର୍ବରୁ ସୁକେଶ ଏଲଜିଙ୍କୁ ପତ୍ର ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ପଚାରିବା ଛଳରେ ସୁକେଶ କହିଥିଲା, ଯଦି ତାଙ୍କୁ ମହାଠକ ବୋଲି କୁହାଯାଉଛି ତା ହେଲେ ରାଜ୍ୟସଭା ଟିକେଟ୍ ଦେବାକୁ କହି ୫୦ କୋଟି ଟଙ୍କା ମାଗୁଥିଲେ କାହିଁକି? କେବଳ ମୋତେ ନୁହଁନ୍ତି ଅନ୍ୟ କିଛି ବ୍ୟବସାୟୀଙ୍କୁ ମଧ୍ୟ ୫୦୦ କୋଟି ଟଙ୍କା ଯୋଗାଡ କରିବାକୁ କହିଥିଲେ କେଜ୍ରିୱାଲ। ଏହା ବଦଳରେ ତାଙ୍କୁ କର୍ଣ୍ଣାଟକର ବଡ ପଦରେ ଅଧିଷ୍ଠିତ କରିବାକୁ କୁହାଯାଇଥିବା ଅଭିଯୋଗ କରିଥିଲେ ସୁକେଶ।

ସେହିପରି ସୁକେଶ ଅନ୍ୟ ଏକ ଚିଠିରେ କହିଥିଲେ କି, ଜେଲରେ ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଟଙ୍କା ଦେଇଥିଲା। ଏହି ଟଙ୍କା ଜୈନ ତାଙ୍କ ଜଣେ ସହଯୋଗୀଙ୍କ ଦ୍ବାରା ନେଇଥିଲେ।

Leave a Reply

Your email address will not be published. Required fields are marked *