ସୁପ୍ରିମ କୋର୍ଟରୁ ତିସ୍ତା ସୀତଲୱାଡ଼କୁ ମିଳିଲା ନିୟମିତ ଜାମିନ

Spread the love

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ତିସ୍ତା ଶୀତଲୱାଡ଼କୁ ନିୟମିତ ଜାମିନ ଦେଇଛନ୍ତି । ଜଷ୍ଟିସ୍ ବିଆର୍ ଗବଇଙ୍କ ଅଧ୍ୟକ୍ଷତାରେ ବେଞ୍ଚ କହିଛି ଯେ, ଗୁଜରାଟ ହାଇକୋର୍ଟର ଆଦେଶ ବିରୋଧାଭାସୀ ଅଟେ । ଉଲ୍ଲେଖନୀୟ ଯେ ୧ ଜୁଲାଇକୁ ସୁପ୍ରିମକୋର୍ଟର ତିନି ସଦସୀୟ ବେଞ୍ଚ ୨୦୦୨ର ଗୁଜୁରାଟ ଦଙ୍ଗା ସହିତ ଯୋଡ଼ିଥିବା ମାମଲାରେ ତିସ୍ତା ଶୀତଳୱାଡ଼କୁ ଏକ ସପ୍ତାହର ଅନ୍ତରଣ ଜାମିନ ଦେଇଥିଲା । ଏହାପରେ ୫ ଜୁଲାଇକୁ କୋର୍ଟ ଆଜି ପର୍ଯ୍ୟନ୍ତର ଅନ୍ତରିମ ଜାମିନ ବଢ଼ାଇଥିଲେ ।

ଏହା ପୂର୍ବରୁ ଜଷ୍ଟିସ୍ ବିଆର୍ ଗବଇ, ଜଷ୍ଟିସ୍ ଏଏସ୍ ବୋପନ୍ନା ଏବଂ ଜଷ୍ଟିସ୍ ଦୀପାଙ୍କର ଦତାଙ୍କ ତିନି ସଦସୀୟ ବେଞ୍ଚ ଗୁଜୁରାଟ ହାଇକୋର୍ଟର ତତ୍କାଳ ସରେଣ୍ଡର କରିବାକୁ ଆଦେଶ ଉପରେ ରୋକ ଲଗାଇଥିଲା । ସୁପ୍ରିମ କୋର୍ଟ କହିଛି ଯେ ହାଇକୋର୍ଟର ତତ୍କାଳ ସରେଣ୍ଡର କରିବାର ଆଦେଶ ଭୁଲ୍ ଅଟେ । କୋର୍ଟ କହିଛି ଯେ ଯେଉଁ ବ୍ୟକ୍ତି ସୁପ୍ରିମ କୋର୍ଟର ଆଦେଶ ଉପରେ ୧୦ ମାସରୁ ବେଲ୍‌ରେ ଅଛନ୍ତି, ସେମାନଙ୍କୁ ତତ୍କାଳ ସରେଣ୍ଡର କରିବାକୁ ଆଦେଶ ଦେବା କାରଣ ବୁଝାପଡ଼ୁନି ।

Leave a Reply

Your email address will not be published. Required fields are marked *