କନ୍ୟା ସନ୍ତାନର ପିତା ହେଲେ ତେଜସ୍ବୀ ଯାଦବ

Spread the love

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଘରକୁ ଆଜି ଜଣେ ନୂଆ ଅତିଥିଙ୍କ ଆଗମନ ହୋଇଛି। ସେ ଏକ କନ୍ୟା ସନ୍ତାନ ଲାଭ କରିଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି। ତେଜସ୍ବୀ କହିଛନ୍ତି କି, ଭଗବାନ ଖୁସି ହୋଇ ତାଙ୍କୁ ଏକ କନ୍ୟା ରୂପରେ ଉପହାର ପଠାଇଛନ୍ତି। ଏହି କନ୍ୟା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଲାଲୁ ଯାଦବଙ୍କ ଉତ୍ତରାଧିକାରୀ।

ତେଜସ୍ବୀଙ୍କ ଝିଅ ହେବାକୁ ନେଇ ଭଉଣୀ ତଥା ଆରଜେଡି ନେତ୍ରୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଟ୍ବିଟ କରି ରୋହିଣୀ କହିଛନ୍ତି କି, ମୋ ଘର ଏବେ ଏକ ଆନନ୍ଦପୂର୍ଣ୍ଣ ଚିତ୍କାରରେ ପ୍ରତିଧ୍ବନିତ ହେଉଛି। ଭଗବାନ ଆମକୁ ଖୁସିର ଉପହାର ଦେଇଛନ୍ତି।

ସୂଚନା ଯୋଗ୍ୟ, ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ଔରଷରୁ ୯ ସନ୍ତାନଙ୍କ ମଧ୍ୟରେ ତେଜସ୍ବୀ ସର୍ବ କନିଷ୍ଠ ଥିଲେ। ସେ ରାଚେଲ ଗୋଡିନ୍ହୋଙ୍କୁ ବିବାହ କରିଥିଲେ। ନିକଟରେ ସିବିଆଇର ଜେରା କାଳରେ ପତ୍ନୀଙ୍କ ଆସନ୍ନ ପ୍ରସବର ଦ୍ବାହି ଦେଇ ତେଜସ୍ବୀ କିଛି ସମୟ ମାଗିଥିଲେ।

Leave a Reply

Your email address will not be published. Required fields are marked *