ବନ୍ୟା ପରିଚାଳନା ପାଇଁ କେସିଆରଙ୍କ ତାଗିଦ

Spread the love

ବନ୍ୟା ପରିଚାଳନା ପାଇଁ କେସିଆରଙ୍କ ତାଗିଦ। ବର୍ଷା ପାଇଁ ତେଲେଙ୍ଗାନାରେ ଦେଖାଦେଇଛି ବନ୍ୟା ସ୍ଥିତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ଜଳ ଘେରରେ ଲୋକେ ଫସି ରହିଥିବା ବେଳେ ଶନିବାର ଦିନ ମୁଖ୍ୟମନ୍ତ୍ରୀ କେସିଆର  ରାଜ୍ୟ ମୁଖ୍ୟ ସଚିବଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବର୍ଷା ଜାରି ରହିଥିବାରୁ ତ୍ବରିତ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଏଥିସହ ଏନଡିଆରଏଫ ଓ ଉଦ୍ଧାରକାରୀ ଦଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *