ସମଗୋତ୍ରରେ ବିବାହ କରିବାରୁ ୧୦୦ ଗାଁରେ ଉତ୍ତେଜନା

Spread the love

ମେରଟ: ଉତ୍ତର ପ୍ରଦେଶରେ ସମାନ ଗୋତ୍ରରେ ବିବାହକୁ ନେଇ କନ୍ଦଳ। ଆଖପାଖର ପ୍ରାୟ ୧୦୦ ଗାଁରେ ଦେଖାଦେଇଛି ଉତ୍ତେଜନା। ମହାପଞ୍ଚାୟତ ଡକାଇ ପୁଅ ଘରକୁ ଦିଆଯାଇଛି ୫ ଦିନର ଅଲ୍ଟିମେଟମ। ତେଣେ ବିବାହ କରିଥିବା ବିବାହ କରିଥିବା ପ୍ରେମୀ ଯୁଗଳ ପୁଲିସ ନିକଟରେ ନିଜ ଜୀବନର ଗୁହାର ଲଗାଇଛନ୍ତି।

 ମେରଟରୁ ପ୍ରାୟ ୨୫ କିମି ଦୂର ଗୋଟକା ଗାଁରେ ପ୍ରେମୀଯୁଗଳ ଦଶ ଦିନ ପୂର୍ବରୁ ବିବାହ କରିଥିଲେ। ବିବାହ କଥା ଜଣାପଡିବା ପରେ ଆଖପାଖ ଗାଁରେ ଏହି ବିବାହକୁ ବିରୋଧ କରାଯାଇଥିଲା। ୮୪ ଗାଁରୁ ମହାପଞ୍ଚାୟତ ଡକାଯାଇଥିଲା। ଏହି ମହାପଞ୍ଚାୟତରେ ସ୍ଥାନୀୟ ପୂର୍ବତନ ବିଧାୟକ ସଂଗୀତ ସୋମ ମଧ୍ୟ ସାମିଲ ଥିଲେ। ସେ ଏହି ବିବାହକୁ ଅସ୍ବିକାର କରିବା ସହ ପୁଅ ଘରକୁ ୫ ଦିନର ମହଲତ ଦେଇଛନ୍ତି।

ସୋମ କହିଛନ୍ତି ଏହି ସମ ଗୋତ୍ରରେ ବିବାହକୁ କଦାପି ସ୍ବିକାର କରାଯିବ ନାହିଁ। ପାଞ୍ଚ ଦିନ ଭିତରେ ଝିଅକୁ ଗାଁକୁ ନେଇ ଆସନ୍ତୁ। ସେପେଟ ଘଟଣା ପରେ ଜାତୀୟ ଗଣମାଧ୍ୟମକୁ ଝିଅର ବାପା ଦେବେନ୍ଦ୍ର ସିଂହ କହିଛନ୍ତି, ତାଙ୍କର ତିନି ଝିଅ। ପରିବାର ଏବେ ମଧ୍ୟ ଫେରାର ହୋଇଥିବା ଝିଅର ବାଟ ଚାହିଁ ବସିଛି। ସେ ଆସିଲେ ତାକୁ ମହାପଞ୍ଚାୟତ ନିଷ୍ପତ୍ତିକ୍ରମେ ଅନ୍ୟତ୍ର ବିବାହ କରିଦେବୁ।

ହେଲେ ଡର କି, ବଡ ଝିଅ ସମଗୋତ୍ରରେ ବିବାହ କରିବା ଦ୍ବାରା ଅନ୍ୟ ଝିଅମାନଙ୍କର ବିବାହରେ ସମସ୍ୟା ହେବ ଓ ସମାଜରେ ରହିବା ଦୁଃସହ ହୋଇପଡିବ। ଗାଁରୁ ମଧ୍ୟ ବାସନ୍ଦ ହେବାକୁ ପଡିପାରେ। ସେପଟେ ଫେରାର ହୋଇ ଯାଇଥିବା ପ୍ରେମୀ ଯୁଗଳ, ନିଜ ଜୀବନ ପ୍ରତି ବିପଦ ଥିବା ନେଇ ପୁଲିସର ସହାୟତା ଲୋଡିଛନ୍ତି। ମେରଠ ଏସଏସପି ରୋହିତ ସିଂହ ସାଜବାଡ କହିଛନ୍ତି କି, ଏହି ଦମ୍ପତିଙ୍କୁ ସୁରକ୍ଷା ଦିଆଯାଇଛି।

Leave a Reply

Your email address will not be published. Required fields are marked *