ପୁଲବାମାରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ସହିଦ

Spread the love

ଶ୍ରୀନଗର: ଜମ୍ମୁର ପୁଲବାମାରେ ପୁଣି ଆତଙ୍କୀ ଆକ୍ରମଣ। ପୁଲବାମାର ପିଙ୍ଗଲାନାରେ ସିଆରପିଏଫ ଓ ପୁଲିସର ମିଳିତ ଟିମ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ। ଏହି ଆକ୍ରମଣରେ ଜଣେ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ସିଆରପିଏଫର ଜଣେ ଯବାନ ଆହତ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେନାର ଅତିରିକ୍ତ ବଳ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିନେଇଛି।

ଜମ୍ମୁ କାଶ୍ମୀରରେ ଲଗାତର ସୁରକ୍ଷା ବଳ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଏନକାଉଣ୍ଟର। ସୋପିୟାଁ ଓ ପୁଲବାମାରେ ଆତଙ୍କୀଙ୍କ ସହ ଏନକାଉଣ୍ଟର ହୋଇଛନ୍ତି। ପୁଲବାମାରେ ପୁଲିସ ଓ ସିଆରପିଏଫର ମିଳିତ ଟିମ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଣେ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ସୋପିୟାଁରେ ସୁରକ୍ଷା ବଳଙ୍କୁ ମିଳିଛି ଏକ ସଫଳତା। ସୋପିୟାଁରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛନ୍ତି। ମୃତ ଆତଙ୍କୀର ନାମ ନସିର ଅହମଦ ଭଟ୍ଟ, ସେ ଲସ୍କର ସଂଗଠନର ସଦସ୍ୟ ଥିଲା।

ପୁଲବାମା ଆକ୍ରମଣ ପରେ ସେଠାକୁ ଅତିରିକ୍ତ ସେନା ପଠାଯାଇଛି ଓ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଆକ୍ରମଣ ପରେ ଉମର ଅବଦୁଲ୍ଲା ଟ୍ବିଟ କରି ଏହାକୁ ନିନ୍ଦା କରିଛନ୍ତି। ସେ ସହିଦ ପରିବାରକୁ ସମବେଦନା ଜଣାଇଛନ୍ତି। ଦେଶ ରକ୍ଷା କରିବାକୁ ଯାଇ ସେ ସହିଦ ହୋଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *