ପୁଂଛରେ ଆତଙ୍କବାଦୀ ଆଡ୍ଡା ଧ୍ୱସ୍ତ, ୩ ଗ୍ରେନେଡ୍ ଜବତ

Spread the love

ପୁଂଛ : ଜମ୍ମୁ-କାଶ୍ମୀରର ପୁଂଛ ଜିଲ୍ଲାରେ ମଙ୍ଗଳବାର ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ଧ୍ୱସ୍ତ କରିଛି ସୁରକ୍ଷାବଳ । ଘଟଣାସ୍ଥଳରୁ ଯବାନ ମାନେ ୩ ଟି ଗ୍ରେନେଡ୍ ଜବତ କରିଛନ୍ତି । ଜଣେ ସୈନ୍ୟ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, କାଲା ଝୁଲା ଅଞ୍ଚଳରେ ସେନା ଏବଂ ସ୍ପେଶାଲ ଅପରେସନ ଗୃପ୍ ଦ୍ୱାରା ତଲାସୀ ଅଭିଯାନ ଚଳାଯାଇଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ଠାବ କରିବା ସହ ଏହାକୁ ଧ୍ୱସ୍ତ କରିଥିଲା ସୁରକ୍ଷା ବଳ । ଘଟଣାସ୍ଥଳରୁ ତିନୋଟି ଗ୍ରେନେଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ତଲାସୀ ଅଭିଯାନ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *