ପୁଣି ଅମରନାଥ ଯାତ୍ରା ଆରମ୍ଭ

Spread the love

ଆଜିଠୁ ପୁଣି ଅମରନାଥ ଯାତ୍ରା ଆରମ୍ଭ । ପହଲଗାମ ପାର୍ଶ୍ୱରୁ ଯାତ୍ରା କରିଛନ୍ତି ତୀର୍ଥଯାତ୍ରୀ । ତେବେ ଶୁକ୍ରବାର ବାଦଲଫଟା ବର୍ଷା ଯୋଗୁ ସାମୟିକ ଭାବେ ବନ୍ଦ ରହିଥିଲା ଯାତ୍ରା। ଅସ୍ଥାୟୀ ରୂପରେ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଥିଲା। ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବାବେଳେ ଏବେବି ଅନେକ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ, ଏସଡିଆରଏଫ, ପୋଲିସ ନିୟୋଜିତ ହୋଇଥିଲେ। ମହାରାଷ୍ଟ୍ରରୁ ଅନେକ ଲୋକ ଏହି ଯାତ୍ରା ସମୟରେ ଫଶି ରହିଥିଲେ। ପରେ ସେମାନଙ୍କ ଉଦ୍ଧାର କରାଯାଇ ଶ୍ରୀନଗରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବାବାଙ୍କ ଦର୍ଶନ ବିନା ଫେରିବୁ ନାହିଁ ।ଏହାସହ ବାବାଙ୍କ ଉପରେ ଭରସା ରହିଛି। ଯାତ୍ରା ଆରମ୍ଭ ହୋଇଥିବାରୁ ଆମେ ବହୁତ ଖୁସି ଅଛୁ ବୋଲି କହିଛନ୍ତି ତୀର୍ଥଯାତ୍ରୀ। ସିଆରପିଏଫ ଏବଂ ଅନ୍ୟ କର୍ମଚାରୀମାନେ ନିରାପଦରେ ଯାତ୍ରା କରିବାକୁ ଉତ୍ସାହିତ କରିଛନ୍ତି ବୋଲି ତୀର୍ଥଯାତ୍ରୀମାନେ କହିଛନ୍ତି।
– ଅର୍ଚ୍ଚନା ଆଳୁକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *