ଅଡୁଆରେ ଟ୍ରମ୍ପ

Spread the love

ୱାଂଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘରେ ଏଫବିଆଇର ଚଢାଉ ମାମଲା। ହ୍ୱାଇଟ ହାଉସ ଛାଡିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ସରକାରୀ ଦଲିଲ ନିଜର ଫ୍ଲୋରିଡା ସ୍ଥିତ ବାସଭବନକୁ ନେଇଆସିଥିବା ଅଭିଯୋଗରେ ଏଫବିଆଇ ପକ୍ଷରୁ ରେଡ କରାଯାଇଥିଲା। ତେବେ ଏଫବିଆଇ ଡୋନାଲଡଙ୍କ ବାସଭବନରୁ ଗୋପନୀୟ ରଖାଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ସରକାରୀ ଦଲିଲକୁ ଜବତ କରିଛି। ଡୋନାଲଡ ଏସବୁ ଗୁରୁତ୍ୱପୂର୍ଣ୍ଣ ଦଲିଲକୁ ସାଧାରଣ ପତ୍ରପତ୍ରିକା, ବହି ବା ଅନ୍ୟ ଜିନିଷ ସହ ଲୁଚାଇରଖିଥିବା ଏଫବିଆ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଶୁକ୍ରବାର ଏଫବିଆଇ କୋର୍ଟରେ ଏକ ୩୨ ପୃଷ୍ଠାର ସତ୍ୟପାଠ ପ୍ରକାଶ କରି ଦାଖଲ କରିଛି। 

Leave a Reply

Your email address will not be published. Required fields are marked *