ଧ୍ୱଂସ ହେବ ଟ୍ୱିନ୍‌ ଟାୱାର୍ସ

Spread the love

ନୂଆଦୀଲ୍ଲୀ: ୧୨ ସେକେଣ୍ଡ ମଧ୍ୟରେ ମାଟିରେ ମିଶିବ ଟ୍ୱିନ ଟାୱାର୍ସ।  ଉତ୍ତର ପ୍ରଦେଶ ନୋଏଡାରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଟ୍ୱିନ ଟାୱାର ମାଟିରେ ମିଶିବ। ଆଜି ଦିନ ୨ ଟା ୩୦ ରେ ଟାୱାର ଧ୍ୱଂସ ପାଇବ ବୋଲି ସୂଚନା ରହିଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଟାୱାର୍ସକୁ ଭଙ୍ଗା ଯିବ।  ତେବେ ଏହି ଟାୱାରକୁ ଭାଙ୍ଗିବା ସମୟରେ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଟାୱାର୍ସ ଧ୍ୱଂସ ହେବା ସମୟରେ  ଏହାର ପାଖ ରାସ୍ତାରେ ଗମନାଗମନ ବନ୍ଦ କରାଯିବ।  ନୋଏଡା ଗ୍ରେଟର ଏବଂ ନୋଏଡା ଏକ୍ସପ୍ରେସ ୱେକୁ ବି ଅଧଘଣ୍ଟା ପାଇଁ ବନ୍ଦ କରାଯିବ। ଏହି ୩୦ ମହଲା ବିଶିଷ୍ଟ ଟ୍ୱିନ୍‌ ଟାୱାର୍ସକୁ ଧ୍ୱଂସ କରିବା ପାଇଁ ୩ ହଜାର ୭ ଶହ କିଲୋ ବିସ୍ପେରକ ସାମଗ୍ରୀ ବ୍ୟବହାର କରାଯିବ।  ଏଥି ପାଇଁ ଏହି ଟାୱାର୍ସରେ ୯ ହଜାର ୬ ଶହ ହୋଲ କରାଯାଇଛି। ୫୬୦ ପୋଲିସ କର୍ମଚାରୀ ,ଶହେ ରିର୍ଜଭ ଫୋର୍ସ, ୪ ଟି କ୍ୱିକ୍‌ ଫୋର୍ସ ଟିମ୍‌, ଏବଂ ଏନଡିଆରଏଫ୍ ଟିମ୍‌ ସହ ଟ୍ରାଫିକ୍‌ ବିଭାଗ କର୍ମଚରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଜରୁରୀକଳିନ ସୂଚନା କେନ୍ଦ୍ରରେ ୭ ଟି ସିସି କ୍ୟାମେରା ରହିଛି।

Leave a Reply

Your email address will not be published. Required fields are marked *