ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ। ଇଣ୍ଡିଗୋ ବିମାନ କରାଚିରେ ଜରୁରୀ ଅବତରଣ କରିବାର କିଛି ଘଣ୍ଟା ପରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଧ୍ୟ ଜରୁରୀ କାଳୀନ ଅବତରଣ କରିଛି। କେରଳର କଲିକଟରୁ ଦୁବାଇ ଅଭିମୁଖେ ଯାଉଥିବା ଏହି ବିମାନରେ ହଠାତ୍ ଜଳିବାର ଗନ୍ଧ ଆସିଥିଲା। ଏହା ପରେ ବିମାନକୁ ଓମାନର ମସକାଟ ବିମାନବନ୍ଦରରେ ଅବତରଣ କରାଯାଇଛି। ବିମାନର ଭେଣ୍ଟିଲେସନ ପାଇଁ ଥିବା ଏକ ଭେଣ୍ଟରୁ ଧୂଆଁ ବାହାରିବା ପରେ ଏହାକୁ ଜରୁରୀକାଳୀନ ଭାବରେ ଅବତରଣ କରାଯାଇଥିଲା ବୋଲି ଡିସିଜିଏ ସୂଚନା ଦେଇଛନ୍ତି।
ଗତ ରାତିରେ ବିମାନଟି କଲିକଟରୁ ଦୁବାଇ ଅଭିମୁଖେ ଉଡାର ଭରିଥିଲା କିନ୍ତୁ ଦୁବାଇରେ ପହଞ୍ଚିବାକୁ କିଛି ଘଣ୍ଟା ବାକିଥିବା ବେଳେ ବିମାନରୁ ଜଳିବାର ଗନ୍ଧ ବାହାରିଥିଲା। ଆଜି ଏପରି ବିମାନର ଜରୁରୀକାଳୀନ ଅବତରଣ ଦୁଇଥର ହୋଇଛି।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now