ମଣିପୁର ହିଂସାରେ ମୃତକଙ୍କ ସମ୍ପର୍କୀଙ୍କୁ ୧୦ ଲକ୍ଷର ଅନୁଦାନ ଏବଂ ଜଣକୁ ଚାକିରୀ ଦେବ ସରକାର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚ ଅଧିକାରୀଙ୍କ ସହିତ ବୈଠକ କରି କଲେ ପରିସ୍ଥିତିର ସମୀକ୍ଷା

Spread the love

ଇମ୍ଫାଲ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ସାମ୍ପ୍ରଦାୟିକ ହିଂସାର ପୀଡ଼ିତଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବାକୁ ଘୋଷଣା କରିଛନ୍ତି । ଏହାସହିତ ମୃତକଙ୍କ ପରିବାରର କୌଣସି ଏକ ସଦସ୍ୟକୁ ସରକାରୀ ଚାକିରୀ ଦେବାକୁ ମଧ୍ୟ ନିଷ୍ପତି ନିଆଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମୟ ଇମ୍ଫାଲରେ ଅଛନ୍ତି । ଶାହ ସୋମବାର ରାତିରେ ଇମ୍ଫାଲ ପହଂଚିଥିଲେ ଏବଂ ରାତିରୁ ସେ ଲଗାତାର ବୈଠକ କରୁଛନ୍ତି । ବୈଠକରେ ଭାରତ ସରକାର ଏବଂ ମଣିପୁର ସରକାର ରାଜ୍ୟରେ ସାମ୍ପ୍ରଦାୟିକ ହିଂସାରେ ମୃତ ଲୋକଙ୍କୁ ଅନୁଦାନ ରୂପରେ ୧୦ଲକ୍ଷ ଟଙ୍କା ଦେବା ଉପରେ ସହମତି ଜଣାଇଛନ୍ତି । ଏହି ଅନୁଦାନରେ କେନ୍ଦ୍ର ଏବଂ ରାଜ୍ୟ ସରକାର ୫ ଲକ୍ଷ ଲେଖାଏଁ ଟଙ୍କା ଦେବେ ।

Leave a Reply

Your email address will not be published. Required fields are marked *