ବାଲି ଖନନ ନେଇ ଏନଜିଟି ଛାଟ

ବୁଢ଼ାବଳଙ୍ଗରୁ ବାଲି ଚୋରା ଚାଲାଣକୁ ନେଇ ଏନଜିଟିର ଛାଟ। ବଡ଼ସାହି ତହସିଲ ଅନ୍ତର୍ଗତ ଡିଙ୍ଗିରିଆ ମୌଜାରୁ ବେଆଇନ ବାଲି ଚାଲାଣକୁ ନେଇ ଏନଜିଟି ପୁଣି ଥରେ ବର୍ଷିଛନ୍ତି। ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଚୁକ୍ତି ମୁତାବକ ଦୈନିକ ୯ ସିଏମ ବାଲି ଉଠାଇବା ନିୟମ ଥିଲେ ବି ଏହି ଅବଧି ପରେ ବି ଦୈନିକ ୨୨୯୮ ସିଏମ୍ ବାଲି ଉଠିଥିଲା। ଯାହାକି ଅନୁମତିର ୨୪୦ ଗୁଣା ଅଧିକ ଥିଲା। ଏହାର ଶୁଣାଣୀ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ପ୍ରୋସିଡିଂ ସହ ସେମାନଙ୍କଠୁ ପରିବେଶ କ୍ଷତି ଭରଣା ସଂକ୍ରାନ୍ତରେ ଜରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି ଏନଜିଟି। ଡିସେମ୍ୱର ୭ ସୁଦ୍ଧା ମୟୁରଭଞ୍ଜ ଜିଲ୍ଲାପାଳ ଏ ନେଇ ସତ୍ୟପାଠ ଦାଖଲ କରିବେ ଏନଜିଟିରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *