ଯୋଗର ବିସ୍ତାର ହେଉଛି ବସୁଧୈବ କୁଟୁମ୍ବକମ୍ ଭାବନାର ବିସ୍ତାର – ପ୍ରଧାନମନ୍ତ୍ରୀ ମୋଦୀ

Spread the love

ନୂଆଦିଲ୍ଲୀ : ଯାହା ଯୋଡିଥାଏ ତାହା ହେଉଛି ଯୋଗ । ତେଣୁ ଯୋଗର ପ୍ରସାର ହେଉଛି ସେହି ବିଚାରର ବିସ୍ତାର ଯାହା ସମ୍ପୂର୍ଣ ସଂସାରକୁ ଏକ ପରିବାର ଭାବେ ସମାହିତ କରିଥାଏ । ଯୋଗର ବିସ୍ତାର ହେଉଛି ବସୁଧୈବ କୁଟୁମ୍ବକମ୍ ଭାବନାର ବିସ୍ତାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ଭିଡିଓ ବାର୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କାରଣରୁ ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ହେଉଥିବା ଜି 20 ସମିଟର ଥିମ ମଧ୍ୟ ୱାନ ଆର୍ଥ, ୱାନ ଫେମିଲୀ. ୱାନ ଫ୍ୟୁଚର । ଆଜି ସମ୍ପୂର୍ଣ ବିଶ୍ୱରେ କୋଟି କୋଟି ଲୋକ ବସୁଧୈବ କୁଟୁମ୍ବକମ ପାଇଁ ଯୋଗ ଥିମରେ ଏକା ସହିତ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *