ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ

Spread the love

ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ଗତ ଫେବୁଆରୀ ୨୯ ୨୦୨୦ ରେ ଏକ୍ପପ୍ରେସୱେ ର ଶିଳାନ୍ୟାସ କରିଥିଲେ ପିଏମ ମୋଦୀ । ଏଥିପାଇଁ ୬ ଘଣ୍ଟାରେ ଚିତ୍ରକୁଟରୁ ଦିଲ୍ଲୀ ଯିବା ସହଜ ହେବ । ଚିତ୍ରକୁଟ , ବାନ୍ଦା , ମହୋବା, ହମିରପୁର, ଜୌଲାନ , ଇଟୱା ହୋଇ ଆଗ୍ରାକୁ ଯୋଡିବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ଏକ୍ସପ୍ରେସୱେ ର ନିର୍ମାଣ କରିଛି ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ପ୍ରାଧିକରଣ । ୧୪.୮୫୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ଏକ୍ସପ୍ରେସୱେ କୁ ଆଗକୁ ୬ ଟିକିଆ ବିଶିଷ୍ଠ ରାସ୍ତା ରେ ବିସ୍ତାରିତ କରିବା ପାଇଁ ଯୋଜନା କରାଯାଇଛି ।

ଏହି ଅଞ୍ଚଳରେ ଯୋଗାଯୋଗ ସୁଧାର ଆସିବା ସହ ଆର୍ଥିକ ବିକାଶ କୁ ପ୍ରୋତ୍ସାହିତ କରିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ । ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁବିଧା ମିଳିବ । ୮ ନଦୀ ବାଗେନ , କେନ , ଶ୍ୟାମା, ଚନ୍ଦାବଲ , ଯମୁନା , ବେତୱା , ଓ ସେଙ୍ଗାର ନଦୀ ଉପରେ ନିର୍ମାଣ ହୋଇଛି ଏହି ଏକ୍ସପ୍ରେସୱେ । ଜନସାଧାରଣଙ୍କ ପାଇଁ ଏହା ସୁବିଧାଜନକ ହେବ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *