ପାକ୍ ଶରଣାର୍ଥୀ ପାଳିଲେ ୧୫ ଅଗଷ୍ଟ

Spread the love

ନୂଆଦିଲ୍ଲୀ: ଆଜି ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି ସାରାଦେଶ। ପଲ୍ଲୀରୁ ଦିଲ୍ଲୀ ସବୁଠାରେ ତ୍ରୀରଙ୍ଗା ସଜେଇ ହୋଇଛି। ୭୫ ତମ ସ୍ୱାଧୀନତା ପୂର୍ତ୍ତି ଅବସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି ସାରା ଦେଶ। ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶକୁ ସମ୍ୱୋଧିତ କରିଛନ୍ତି। ହର ଘର ତ୍ରୀରଙ୍ଗା ଅଭିଯାନରେ ଦେଶର କୋଣ ଅନୁକୋଣରେ ତ୍ରୀରଙ୍ଗା ଉଡୁଥିବାର ଦେଖାଯାଇଛି।

ସ୍ୱାଧୀନତା ଦିବସରେ ଦିଲ୍ଲୀର ଏକ କୋଣରୁ ଏପରି ଏକ ଚିତ୍ର ଦେଖିବାକୁ ମିଳିଥିଲା ଯାହାକୁ ଦେଖିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ସେଠାକାର ଜମିତ ହିନ୍ଦୁସ୍ଥାନର ଥିଲା କିନ୍ତୁ ସେଠାରେ ରହୁଥିବା କିଛି ପରିବାରର କାଗଜ ପରିଚୟ ପତ୍ର ପାକିସ୍ତାନ ସହିତ ଜଡିତ ଥିଲା। ପାକିସ୍ତାନରୁ ଭାରତକୁ ଆସିଥିବା ଏହି ଶରଣାର୍ଥୀମାନେ ହିନ୍ଦୁ ଅଟନ୍ତି। ଆଜି ତାଙ୍କ ଶିବିରରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହାପରେ ସମସ୍ତେ ଭାରତ ମାତା କି ଜୟ, ହିନ୍ଦୁସ୍ଥାନ ଜିନ୍ଦାବାଦ୍ ଏବଂ ବନ୍ଦେ ମାତାରମ୍ ସ୍ଲୋଗାନ ଦେଇଥିଲେ। ଏହାସହ ଛୋଟ ଛୋଟ ପିଲାମାନେ ପୋଷାକ ପରିଧାନ କରି ସଜବାଜ ହୋଇ ସ୍ୱାଧୀନତା ଦିବସକୁ ବହୁ ଉତ୍ସାହର ସହ ଖୁସି ମନରେ ପାଳନ କରିଥିଲେ। କାଗଜ ପମାଣପତ୍ର ସିନା ପାକିସ୍ତାନର କିନ୍ତୁ ମନ ହିନ୍ଦୁସ୍ଥାନର।


ଯେଉଁ ବୟସରେ ପିଲାମାନେ ସେମାନଙ୍କ ବାପା ମାଆଙ୍କ ନାମ ନେବା ଶିଖିଥାନ୍ତି, ସେହି ବୟସରେ ସେମାନଙ୍କୁ ସୀମା ପାର କରି ଗୋଟିଏ ଦେଶ ଛାଡି ଅନ୍ୟ ଦେଶରେ ସ୍ଥାନ ଖଜିବାକୁ ପଡିଥିଲା। ଏହି ପିଲାମାନେ କେବେ ଭାବିନଥିଲେ ଯେ, ସେମାନଙ୍କ ବାପା ମାଆଙ୍କୁ ଗୋଟିଏ ଦେଶରେ ଛାଡି ତାଙ୍କୁ ଅନ୍ୟ ଏକ ଦେଶକୁ ଏକ ଅଜ୍ଞାତ ଭବିଷ୍ୟତ ସହିତ ଯିବାକୁ ପଡିବ। ସୂଚନା ଅନୁଯାୟୀ, ପାକିସ୍ତାନର ସିନ୍ଦ ପ୍ରାନ୍ତରେ ରହୁଥିବା ସୁଖନନ୍ଦନ ହେଉଛନ୍ତି ହିନ୍ଦୁ। ସେମାନେ ୨୦୧୩ ମସିହାରେ ଧାର୍ମିକ ଭିସା ନେଇ ଭାରତକୁ ଆସିଥିଲେ ଏବଂ ବର୍ତ୍ତମାନ ଏଠାରେ ରହିବାକୁ ଚାହୁଁଛନ୍ତି।

ସୁଖନନ୍ଦନ କହିଛନ୍ତି ଯେ, ପାକିସ୍ତାନରେ ହିନ୍ଦୁମାନଙ୍କ ରହିବା ବହୁତ କଷ୍ଟ ସାଧ୍ୟ ଥିଲା। ସେମାନଙ୍କୁ ପୂଜା ଅର୍ଚ୍ଚନା କରିବାକୁ ସ୍ୱାଧିନ ନଥିଲା। ସେଠାରେ ହିନ୍ଦୁମନଙ୍କୁ ରୋକ୍ ଠୋକ୍ କରାଯାଉଥିବା ବେଳେ ବଞ୍ଚିବାର କୌଣସି ସ୍ୱାଧିନତା ନଥିଲା। ବର୍ତ୍ତମାନ ସେ ଭାରତକୁ ଆସି ପାକିସ୍ତାନକୁ ଫେରିବାକୁ ଚାହୁଁନାହାନ୍ତି। ଭାରତରେ ରହିବାକୁ ଚାହୁଁଛନ୍ତି। ସୁଖନନ୍ଦନ ଦେଶର ନାଗରିକ ହେବା ପାଇଁ ଚାହୁଁଛନ୍ତି। ଯଦି ଦେଶ ତାଙ୍କୁ ନଆପଣାନ୍ତି ତେବେ ସେ ଏହି ମାଟିରେ ମରିବେ ପଛେ ପାକିସ୍ତାନକୁ ଯିବେ ନାହିଁ ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *