ଗୁଜୁରାଟରୁ ଏସ ଜୟଶଙ୍କରଙ୍କ ସମେତ ବିଜେପିର ତିନି ଜଣ ରାଜ୍ୟସଭା ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ୨୦ ଜୁଲାଇରେ ନେବେ ଶପଥ 

Spread the love

ଅହମ୍ମଦାବାଦ : ଗୁଜୁରାଟରୁ ୩ଟି ରାଜ୍ୟସଭା ଆସନରେ ବିଜେପିର ସମସ୍ତ ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ଏଥିମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅନ୍ୟ ଦୁଇ ପ୍ରାର୍ଥୀ କେଶରୀଦେବ ସିଂ ଝାଲା ଏବଂ ବାବୁଭାଇ ଦେଶାଇ ଅଛନ୍ତି ।

ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ ଏହି ତିନି ସାଂସଦ ଶପଥ ଗ୍ରହଣ କରିବେ । କଂଗ୍ରେସ ଏଥର କୌଣସି ଫର୍ମ ଦାଖଲ କରିନଥିବା ବେଳେ ବିଜେପିର ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି, ଯେଉଁଥିପାଇଁ ନିର୍ବାଚନ ହୋଇନଥିଲା । ବିଜେପିରୁ ରଜନୀ ପଟେଲ, ରଘୁ ହୁମ୍ବଲ ଏବଂ ପ୍ରେରକ ଶାହା ଡମି ପ୍ରାର୍ଥୀ ଭାବେ  ନାମାଙ୍କନ କରିଥିଲେ । ନାମାଙ୍କନ ପ୍ରତ୍ୟାହାର ପାଇଁ ସୋମବାର ଶେଷ ଦିନ ଥିଲା ।

Leave a Reply

Your email address will not be published. Required fields are marked *