କଲାମଙ୍କୁ ସଲାମ

Spread the love

ଆଜି ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ। ଏନେଇ ସାରା ଦେଶ ତାଙ୍କୁ ମନେ ପକାଉଛି। ୧୯୩୧ ମସିହା ଅକ୍ଟୋବର ୧୫ରେ ତାମିଲନାଡୁ ରାମେଶ୍ବରମରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏପିଜେ ଅବଦୁଲ କଲାମ। ତାଙ୍କର ପୁରା ନାଁ ଥିଲା ଡାକ୍ତର ଅବୁଲ ପାକିର ଜେନୁଲ୍ଲାଦ୍ଦିନ ଅବଦୁଲ କଲାମ। ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ।

ଏଠାରେ ପଦାର୍ଥ ବିଜ୍ଞାନରେ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ୧୯୫୫ରେ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢିବା ପାଇଁ ମାଡ୍ରାସ ଚାଲି ଯାଇଥିଲେ। ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଭାରତକୁ ବିଶ୍ୱ ଶକ୍ତି କରିବାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରମାଣୁ ପରୀକ୍ଷଣ ମଧ୍ୟରୁ ଗୋଟିଏ, ପୋଖରାନ-୨ରେ ଡ.ଏପିଜେ ଅବଦ୍ଦୁଲ କଲାମଙ୍କ ରହିଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା ।

ଏହାସହ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆଗକୁ ନେବାକୁ ଭାରତୀୟ ବାଲେଷ୍ଟିକ ମିଶାଇଲ ଓ ପ୍ରକ୍ଷେପଣ ବାହନ ଟେକ୍ନୋଲୋଜିର ବିକାଶ କରିଥିଲେ। ଏଭଳି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ମିଜାଇଲ ମ୍ୟାନ ବୋଲି କୁହାଯାଏ। ୧୯୭୭ ମସିହାରେ ଭାରତର ସର୍ବୋଚ୍ଚ ବେସମାରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ। ତାଙ୍କ ଲିଖିତ ପୁସ୍ତକ ୱିଙ୍ଗସ ଅଫ ଫାୟାର ଆଜି ବି ଲୋକପ୍ରିୟ ହୋଇ ସମସ୍ତଙ୍କ ପାଇଁ ପ୍ରେରଣା ହୋଇରହିଛି। ୨୦୧୫ ମସିହା ୨୭ ଜୁଲାଇରେ ତାଙ୍କର ଦେହାନ୍ତ ହୋଇଥିଲା।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *