ଆଜି ପ୍ୟାଡ ମାଗୁଛ କାଲି କଣ୍ଡମ ମାଗିବ

Spread the love

ପାଟନା: ସ୍କୁଲ ଛାତ୍ରୀଙ୍କ ଦ୍ବାରା ମାଗଣା ସାନିଟାରୀ ପ୍ୟାଡ ପାଇଁ ଦାବି ଉପରେ ରାଜ୍ୟ ମହିଳା ବିକାଶ ନିଗମ ଏମଡିଙ୍କ ଉତ୍ତର ଥିଲା ଆଶ୍ଚର୍ଯ୍ୟଜନକ । ଏକ କାର୍ଯ୍ୟକ୍ରମରେ ଛାତ୍ରୀମାନେ ସେମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ନିଗମ ଅଧ୍ୟକ୍ଷାଙ୍କୁ। ଏହାକୁ ନେଇ ବିହାର ମହିଳା ବିକାଶ  ନିଗମ ଏମଡି ହରଜୋତ କୌର କହିଛନ୍ତି, ଆଜି ତୁମେମାନେ ସାନିଟାରୀ ପ୍ୟାଡ୍ ଦାବିକରୁଛ, ଆସନ୍ତା କାଲିକୁ ତୁମେମାନେ କଣ୍ଡମ ମାଗିବ।

କାର୍ଯ୍ୟକ୍ରମରେ କୌରଙ୍କ ଉପସ୍ଥିତିରେ ଜଣେ ଛାତ୍ରୀ କହିଥିଲେ, ସରକାର ଅନେକ କିଛି ମାଗଣା ଦେଉଛି। ତେବେ ୨୦-୩୦ ଟଙ୍କାର ସାନିଟାରୀ ପ୍ୟାଡ କଣ ଯୋଗାଇ ପାରିବ ନାହିଁ? ଏପରି ହେଲେ ଏହି ଅତ୍ୟାବଶ୍ୟକ ଜିନିଷଟି ପାଇଁ ଆଉ କାହା ଉପରେ ନିର୍ଭର କରିବାକୁ ହେବ ନାହିଁ।

ଏହାକୁ ନେଇ ଆଇଏଏସ ଅଫିସ ହରଜୋତ କୌର କହିଥିଲେ ମାଗିବାର କିଛି ଅନ୍ତ ଅଛି କି? କାଲିକୁ ତୁମେମାନେ କହିବ ସରକାର ଜିନ୍ସ, ସୁନ୍ଦର ଜୋତା ଯୋଗାଇ ଦିଅନ୍ତୁ। ଶେଷରେ ଯେତେବେଳେ ପରିବାର ନିୟନ୍ତ୍ରଣ କଥା ଆସିବ ତୁମେ କଣ୍ଡମ ମଧ୍ୟ ସରକାର ଯୋଗାଇ ଦେବାକୁ କହିବ।

କାହିଁକି ସବୁ କିଛି ସରକାରଠାରୁ ଆଶା କରୁଛନ୍ତି। ଏପରି ଚିନ୍ତାଧାରକୁ ଭୁଲ ବୋଲି କହିଛନ୍ତି କୌର। ଯେତେବେଳେ ଜଣେ ଛାତ୍ରୀ  ସରକାର ଭୋଟ ସମୟରେ ଅନେକ ପ୍ରତିଶ୍ରୁତି ଦେଉଥିବା ନେଇ କହିଲେ,  କୌର କହିଲେ, ତେବେ ଭୋଟ ଦିଅନାହିଁ, ପାକିସ୍ତାନ ପରି ହୋଇଯାଅ।  

ଏହି କାର୍ଯ୍ୟକ୍ରମରେ କୌରଙ୍କ ମନ୍ତବ୍ୟ ଏବେ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *