ରାୟପୁରରେ ଟ୍ରକ୍‌- ପିକଅପ୍ ଭ୍ୟାନ୍ ଧକ୍କା, ୬ ମୃତ, ୨୫ ଆହତ

Spread the love

ରାୟପୁର : ବଲୌଦାବଜାର ଜିଲ୍ଲା ପଲାରୀ ଥାନା ଅନ୍ତର୍ଗତ ଗୋଡ଼ା ପୁଲିୟା ରାୟପୁର- ବଲୌଦାବଜାର ମୁଖ୍ୟ ରାସ୍ତାରେ ସୋମବାର ସକାଳେ ଏକ ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ମୃତକଙ୍କ ପରିଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏବଂ ପୀଡ଼ିତ ପରିବାର ପ୍ରତି ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଏମାନେ ସମସ୍ତେ ଛଠି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ପିକଅପ୍ ଭ୍ୟାନ୍ ଯୋଗେ ଫେରୁଥିଲେ । ପଲାରୀ ଥାନା ଅଂଚଳରେ ତାଙ୍କ ପିକଅପ୍ ଭ୍ୟାନ୍ କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ୫ ଜଣ ମହିଳା ସାମିଲ୍ ଅଛନ୍ତି । ମୃତକ ମାନେ ହେଲେ ଲଟୁବା ନିବାସୀ ଧନେଶ୍ୱରୀ (୩୫), ପ୍ରଭା ନାୟକ, ଅଗର ବାଇ (୬୦), ଘନଶ୍ୟାମ ଫେକର (୬), ଶାନ୍ତି ଫେକର (୬୦) ଏବଂ ହେମା ଧ୍ରୁବ ।

Leave a Reply

Your email address will not be published. Required fields are marked *