ନିର୍ମାଣାଧୀନ ମେଟ୍ରୋ ସ୍ତମ୍ଭ ଭୁଶୁଡି ୨ ଜଣଙ୍କ ମୃତ୍ୟୁ

Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ନିର୍ମାଣଧୀନ ମେଟ୍ରୋ ସ୍ତମ୍ଭ ଭୁଶୁଡି ମା ଓ ଶିଶୁଙ୍କ ମୃତ୍ୟୁ । ମଙ୍ଗଳବାର ବାଙ୍ଗାଲୁରୁର ନାଗଭାରା ଅଞ୍ଚଳରେ ନିର୍ମାଣଧୀନ ମେଟ୍ରୋ ସ୍ତମ୍ଭ ଭୁଶୁଡି ପଡିବା ଫଳରେ ସେହି ରାସ୍ତା ଦେଇ ଯାଉଥିବା ମା ତେଜସ୍ୱିନୀ ଓ ୨ ବର୍ଷର ଶିଶୁ ଉପରେ ପଡିଥିଲା। ଉଭୟଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ  ମୃତ୍ୟ ଘଟିଛି । 

ଫଳରେ ଘଟଣା ସ୍ଥଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବାପାଇଁ ଲୋକମାନେ ପଡିଥିବା ସ୍ତମ୍ଭକୁ ଘୁଞ୍ଚାଇବାକୁ ପ୍ରୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣାକୁ ନେଇ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ସରକାର ଦ୍ବାରା ନିମ୍ନମାନର କାମ ଓ ସରକାରରେ ଚାଲିଥିବା ୪୦  ପ୍ରତିଶତ କମିଶନର ଫଳାଫଳ ବୋଲି କଂଗ୍ରେସ ନେତା କହିଛନ୍ତି। ରାଜ୍ୟ ସରକାରଙ୍କର କାର୍ଯ୍ୟରେ କୌଣସି ବକାଶ ଘଟୁନାହିଁ ।  ସେହିପରି  ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟିକା ସୌମ୍ୟା ରେଡ୍ଡୀ। ସେ କହିଛନ୍ତି, ସରକାର ଦ୍ବାରା ଚାଲିଥିବା ନିମ୍ନମାନର କାମ, ଲାଭଖୋର ମନୋଭାବ ଓ ଭ୍ରଷ୍ଟାଚାରରେ ବେଙ୍ଗାଲୁରୁ ଓ ରାଜ୍ୟବାସୀ ଅତିଷ୍ଠ ହୋଇ ପଡିଲେଣି।  ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଇସ୍ତଫା ଦିଅନ୍ତୁ।

Leave a Reply

Your email address will not be published. Required fields are marked *