ଜି ୭ ବୈଠକରେ କେନ୍ଦ୍ର  ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଗତକାଲି ଜାପାନର ନାଗାସାକିରେ ସ୍ୱାସ୍ଥ୍ୟ ନବାଚାର ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ସମ୍ବୋଧିତ କରିଛନ୍ତି । ସମାନତା ଆଣିବା ପାଇଁ ଟେକନୋଲୋଜି ଏବଂ ଡିଜିଟାଲ ସ୍ୱାସ୍ଥ୍ୟ ଉପକରଣର ବ୍ୟବହାର ଜରୁରୀ ବୋଲି ସେ କହିଛନ୍ତି । ଏହା ସ୍ୱାସ୍ଥ୍ୟ ସେବା ବିତରଣରେଏବଂ ସର୍ବଭାରତୀୟ କଭରେଜ ହାସଲ କରିବାରେ ସାହାଯ୍ୟ କରେ । କୋଭିଡ଼ ୧୯ ମହାମାରୀ ଟେକନୋଲୋଜି ବ୍ୟବହାରକୁ ଆଗକୁ ବଢ଼ାଇ ଦେଇଛି । ଏଭଳି ପରିସ୍ଥିତିରେ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶଗୁଡ଼ିକରେ ଏକ ସକ୍ଷମ ଢ଼ାଂଚା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *