ରାଷ୍ଟ୍ରପତି ଭାବେ ଏକ ବର୍ଷର କାର୍ଯ୍ୟକାଳ ପୂରା କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ରୌପଦୀ ମୁର୍ମୁଙ୍କୁ ଜଣାଇଲେ ଶୁଭକାମନା

Spread the love

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭାବେ ଏକ ବର୍ଷର କାର୍ଯ୍ୟକାଳ ପୂରା କରିବା ଅବସରରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି ।

ସେ ଟ୍ୱିଟ, କରି କହିଛନ୍ତି, ଆଦରଣୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ସଫଳତା ପୂର୍ବକ ପୂର୍ଣ କରିଥିବାରୁ ତାଙ୍କୁ ହାର୍ଦିକ ଶୁଭକାମନା । ଓଡିଶାର ମୟୁରଭଞ୍ଜର ଏକ ଛୋଟ ଗାଁରୁ ରାଇସିନା ହିଲ୍ସ ଯାଏ ତାଙ୍କର ଯାତ୍ରା ସମଗ୍ର ଦେଶକୁ ପ୍ରେରଣା ଦିଏ। ତାଙ୍କର କୁଶଳ ମାର୍ଗଦର୍ଶନରେ ଆମେ ଅମୃତକାଳର ଲକ୍ଷ୍ୟ ଆଡକୁ ନୂଆ ଉର୍ଜା ଓ ଆତ୍ମ ବିଶ୍ୱାସର ସହ ଅଗ୍ରସର ହେଉଛୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁବେଳେ ତାଙ୍କ ଉପରେ ଆଶୀର୍ବାଦ ରହୁ, ଏହା ହିଁ କାମନା ।

Leave a Reply

Your email address will not be published. Required fields are marked *