ନୂଆ ସଂସଦ ଭବନ ସମର୍ପଣ କାର୍ଯ୍ୟକ୍ରମକୁ କଂଗ୍ରେସ ଓ ଅନ୍ୟ ଦଳ ବହିଷ୍କାର ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ନୂଆଦିଲ୍ଲୀ : ନୂଆ ସଂସଦ ଭବନର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କାର୍ଯ୍ୟକ୍ରମକୁ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ମାନଙ୍କ ଦ୍ୱାରା ବହିଷ୍କାର କରାଯିବାକୁ ନେଇ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି । ସେ କହିଛନ୍ତି ଯେ ଏହା ଦେଶର ୧୪୦ କୋଟି ଦେଶବାସୀଙ୍କର ସ୍ୱାଭିମାନ ଓ ଜନାଦେଶକୁ ଅପମାନ ।

ଶ୍ରୀ ପ୍ରଧାନ ଶୁକ୍ରବାର ଦିନ ଏହି ପ୍ରସଙ୍ଗରେ ଟ୍ୱିଟ କରି କହିଛନ୍ତି ଯେ – ନୂଆ ସଂସଦ ଭବନର ସମର୍ପଣକୁ ବହିଷ୍କାର କଂଗ୍ରେସ ଓ କଂଗ୍ରେସ ଭଳି ବିଚାରଧାରାକୁ ସମର୍ଥନ କରୁଥିବା ରାଜନୈତିକ ଦଳ ମାନଙ୍କର ବୈଚାରିକ ଦରିଦ୍ରତା ଓ ରାଜନୈତିକ ଦିବାଳିଆପଣର ପରିଚୟ ଦେଉଛି । ଗଣତନ୍ର୍ରର ମନ୍ଦିର ଦେଶବାସୀଙ୍କ ସ୍ୱାଭିମାନ, ସଂକଳ୍ପ, ସାମର୍ଥ୍ୟ ଓ ଆକାଂକ୍ଷାର ଅଭିବ୍ୟକ୍ତିର ପ୍ରତୀକ ଅଟେ । ଏହାକୁ ବହିଷ୍କାର କରି କଂଗ୍ରେସ ୧୪୦ କୋଟି ଦେଶ ଦେଶବାସୀଙ୍କର ସ୍ୱାଭିମାନ ଓ ଜନାଦେଶର ଅପମାନ କରୁଛି ।

ସେ କହିଛନ୍ତି ଯେ କଂଗ୍ରେସ ସହିତ କିଛି ଅନ୍ୟ ପାର୍ଟି ଦଳ ବିରୋଧ କରୁ କରୁ ଦେଶ ବିରୋଧରେ ପହଂଚି ସାରିଛନ୍ତି । ଗଣତନ୍ତ୍ର ଓ ସମ୍ବିଧାନର ଅପମାନ କରିବାର କଂଗ୍ରେସର ଲମ୍ବା ଇତିହାସ ରହିଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କଣ କଂଗ୍ରେସରେ ଦେଶ ଓ ମୋଦୀ ବିରୋଧର ଭାବନା ଏତେ ବଢି ଯାଇଛି ଯେ ସେ ଏଭଳି ଐତିହାସିକ ଅବସରରେ ମଧ୍ୟ ଫମ୍ପା ରାଜନୀତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତୀତରେ କଂଗ୍ରେସ ଦ୍ୱାରା କରାଯାଇଥିବା ଐତିହାସିକ ଭୁଲ ଗୁଡିକୁ ଗୋଟିଏ ପରେ ଗୋଟିଏ କରି ସୁଧାରୁଛନ୍ତି । କଣ କଂଗ୍ରେସ ମଧ୍ୟରେ ଥିବା କୁଣ୍ଠା ଏଇ କଥାକୁ ନେଇ ରହିଛି ଯେ ୨୦୧୪ ଓ ୨୦୧୯ ମସିହାରେ ଜନସାଧାରଣ ପରିବାରବାଦୀ ହାତରୁ ଦେଶର କ୍ଷମତା ସମ୍ଭାଳିବାର କାମକୁ ଛଡାଇ ମୋଦୀ ଜୀଙ୍କୁ ଦେଇ ଦେଇଛନ୍ତି । କଣ ଏଇଥି ପାଇଁ କଂଗ୍ରେସ ଲଗାତାର ଭାବେ ନୂଆ ସଂସଦ ଭବନର ବିରୋଧ ଓ ବହିଷ୍କାର କରୁଛି ?

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅମୃତକାଳର ଏହି ଗୁରୁତ୍ୱପୂର୍ଣ କାଳଖଣ୍ଡରେ ଯେତେବେଳେ ଭାରତ ଗଣତନ୍ତ୍ରର ଏକ ଗୌରବଶାଳୀ ଅଧ୍ୟାୟ ଲେଖିବାକୁ ଯାଉଛି ସେତେବେଳେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ମାନେ ନକାରାତ୍ମକ ରାଜନୀତିର ସୁଯୋଗ ଖୋଜୁଛନ୍ତି । ଦେଶର ଜନସାଧାରଣ ସବୁ କଥାକୁ ଭଲ ଭାବେ ବୁଝନ୍ତି । କଂଗ୍ରେସ ନିଜର ହି ଅନୁଚିତ ପଦକ୍ଷେପ ଉପରେ ଗୁରୁତ୍ୱର ସହ ବିଚାର କରୁ । ଗଣତନ୍ତ୍ରର ଏଭଳି ଅପମାନ ପାଇଁ ଦେଶ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମାନଙ୍କୁ କେବେ ହେଲେ କ୍ଷମା କରିବ ନାହିଁ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *