ସବସିଡିଯୁକ୍ତ ଚଣା ଡାଲି ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି । କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍ ବିକ୍ରି କରାଯିବ ଏବଂ କିଲୋପ୍ରତି ୫୫ ଟଙ୍କା ଦରରେ ୩୦ କିଲୋଗ୍ରାମ ପ୍ୟାକେଟ୍ ବିକ୍ରି କରାଯିବ ।

ଦିଲ୍ଲୀ-ଏନସିଆରରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘର (ନାଫେଡ)ର ଖୁଚୁରା ଆଉଟଲେଟ୍ ଚଣା ଡାଲିକୁ ବିକ୍ରି କରୁଛନ୍ତି । ‘ଭାରତ ଡାଲ୍‌’ର ଶୁଭାରମ୍ଭ ସହିତ ସରକାର ନିଜର ଚଣା ଷ୍ଟକରୁ ଡାଲି ଆଣି ଉପଭୋକ୍ତାଙ୍କୁ ଶସ୍ତା ଦରରେ ଯୋଗାଇ ଦେବା ଲାଗି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ନାଫେଡ୍ ଦ୍ୱାରା ଚଣା ଡାଲିର ମିଲିଂ ଓ ପ୍ୟାକେଜିଂ ଦିଲ୍ଲୀ ଏନସିଆରରେ ନିଜ ଖୁଚୁରା ଦେକାନ ଏବଂ ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ତଥା ସଫଳ ଆଉଟଲେଟ୍ ମାଧ୍ୟମରେ ବିତରଣ କରାଯାଇଥାଏ । ଏହି ବ୍ୟବସ୍ଥା ଅଧୀନରେ, ରାଜ୍ୟ ସରକାରମାନଙ୍କୁ ଚଣା ଡାଲି ମଧ୍ୟ ଯୋଗାଇ ଦିଆଯାଇଛି । ଯାହାକୁ ସେମାନେ ନିଜର କଲ୍ୟାଣକାରୀ ଯୋଜନା, ପୁଲିସ, ଜେଲ ଏବଂ ଉପଭୋକ୍ତା ସମବାୟ ଦୋକାନଗୁଡ଼ିକୁ ବିତରଣ କରିପାରିବେ ।

ଚଣା ଡାଲି ଭାରତରେ ସବୁଠୁ ଅଧିକ ମାତ୍ରାରେ ଉତ୍ପାଦିତ ହୋଇଥାଏ । ସାରା ଭାରତରେ ଅନେକ ରୂପରେ ଏହାର ଉପଯୋଗ କରାଯାଇଥାଏ । ସାଲାଡ୍ ପ୍ରସ୍ତୁତ କରିବା ଲାଗି ଗୋଟା ଚଣାକୁ ଭିଜାଇ ସିଝା ଯାଏ । ଭଜା ହୋଇଥିବା ଚଣାକୁ ଜଳଖିଆ ରୂପରେ ପରଷି ଦିଆଯାଏ । ଛଣା ହୋଇଥିବା ଚଣା ଡାଲିକୁ ହରଡ଼ ଡାଲି, ତରକାରୀ ଏବଂ ସୁପ୍ର ବିକଳ୍ପ ରୂପରେ ଉପଯୋଗ କରାଯାଏ । ଚଣା ବେସନ ଛଣା ଖାଦ୍ୟ ସାମଗ୍ରୀ ଏବଂ ମିଠେଇ ପାଇଁ ଏକ ପ୍ରମୁଖ ଉପଦାନ ରୂପରେ ବ୍ୟବହୃତ ହୁଏ । ଚଣାର ଅନେକ ପୁଷ୍ଟିକର ଗୁଣ ରହିଛି । ଏଥିରେ ଫାଇବର, ଆଇରନ୍‌, ପଟାସିୟମ, ଭିଟାମିନ୍ ବି, ସେଲେନିୟମ, ଭିଟା କ୍ୟାରୋଟିନ ଏବଂ କୋଲିନ୍ ପରିପୂର୍ଣ୍ଣ ହୋଇ ରହିଛି । ମଣିଷ ଶରୀରରେ ଏନିମିୟା, ରକ୍ତ ସର୍କରା, ହାଡ଼ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରିତ କରିବା ଲାଗି ଏହା ଏକ ଉପଯୋଗୀ ଖାଦ୍ୟ ଦ୍ରବ୍ୟ ।

Leave a Reply

Your email address will not be published. Required fields are marked *