ଜୁନ୍ ଶେଷ ସୁଦ୍ଧା ସବୁ ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ – ଅଶ୍ୱିନୀ ବୈଷ୍ଣବ

Spread the love

ନୂଆଦିଲ୍ଲୀ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମି ହାଇସ୍ପିଡ଼ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସକୁ ମୋଦୀ ସରକାରଙ୍କ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଜୁନ୍ ମାସରେ ଦେଶର ସମସ୍ତ ରାଜ୍ୟ ବନ୍ଦେ ଭାରତ ଟ୍ରେନ ଦ୍ୱାରା ଅନ୍ତର୍ଭୁକ୍ତ ହେବ । ସେ କହିଛନ୍ତି ଯେ, ବିଶ୍ୱର କେବଳ ଆଠଟି ଦେଶରେ ବନ୍ଦେ ଭାରତ ଭଳି ଅତ୍ୟାଧୁନିକ ସୁବିଧା ସହିତ ଏକ ଟ୍ରେନ ତିଆରି କରିବାର କ୍ଷମତା ଅଛି ।

ନରେନ୍ଦ୍ର ମୋଦୀ ସରକାରଙ୍କ ନଅ ବର୍ଷ ପୂରଣ ଉପରେ ରେଳ ମନ୍ତ୍ରଣାଳୟର ସଫତାକୁ ବର୍ଣ୍ଣନା କରି ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୪ ବର୍ଷ ପରେ ଭାରତରେ ଏକ ବଡ଼ ପରିବର୍ତନ ହୋଇଛି । ଆଜି ଯାତ୍ରୀଙ୍କ ପାଇଁ ରେଳ ବ୍ୟବସ୍ଥା ଅଧିକ ସୁବିଧାଜନକ, ଟ୍ରେନରେ ବିଶ୍ୱସ୍ତରୀୟ ସୁବିଧା ରହିଛି ଏବଂ ଭିତିଭୂମି ମଜଭୂତ ହେଉଛି ।

Leave a Reply

Your email address will not be published. Required fields are marked *