୭୫ ବର୍ଷରେ ଆଖିବୁଜିଲା ବବିୟା

Spread the love

ତିରୁବନନ୍ତପୁରମ: ୭୫ ବର୍ଷ ବୟସରେ ଆଖି ବୁଜିଲା କୁମ୍ଭୀର ବବିୟା। ଶାକାହାରୀ ଯୋଗୁଁ ବବିୟା ଥିଲା ଚର୍ଚ୍ଚାରେ। କେରଳର କସରଗଡ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରରେ ରହୁଥିଲା ବବିୟା। ମାଂସାସୀ ନ ହୋଇ ପ୍ରସାଦ ସହ ଗୁଡ ଚାଉଳ ଖାଉଥିଲା। ଲୋକଙ୍କୁ ଆକ୍ରମଣ କରିବା ବଦଳରେ ଲୋକଙ୍କ ମିଶୁଥିଲା ।

ଆଖିରେ ଲୁହ ଦେଇ ଚାଲିଗଲା ଶାକାହାରୀ କୁମ୍ଭୀର। ଅଜଣା ରାଇଜକୁ ଚାଲିଗଲା ଅତି ଆଦରର ଶାକାହାରୀ କୁମ୍ଭୀର। କେରଳର କସରଗଡ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରରେ ପାଳିତ କୁମ୍ଭୀର ଆଖି ବୁଜିଛି। କୁମ୍ଭୀରଟି ପୋଷା ମଣି ଯାଇଥିବାରୁ ଏଠିକାର ଲୋକେ ଶ୍ରଦ୍ଧାରେ ତା ନାଁ ଦେଇଥିଲେ ବବିୟା। ଏବେ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ତାକୁ ଝୁରୁଛନ୍ତି। ୭୫ ବର୍ଷୀୟ ଏହି କୁମ୍ଭୀରଟି ସ୍ଥାନୀୟ ଲୋକ ଓ ଭକ୍ତଙ୍କ ପ୍ରେମର ବନ୍ଧନରେ ବାନ୍ଧି ହୋଇଥିଲା।

କେବଳ ମନ୍ଦିର ବେଢାରେ ବୁଲୁଥିଲା। ଚରୁଥିଲା। କୁମ୍ଭୀରର ପ୍ରବୃତ୍ତିଗତ ମାସାଂହାରୀ ହୋଇଥିବାବେଳେ ବବିୟା କିନ୍ତୁ ଥିଲା ଶାକାହାରୀ। ୭୫ ବର୍ଷ ହେବ କୁମ୍ଭୀରଟି ଏଠିକାର ମନ୍ଦିର ପାଖ ହ୍ରଦରେ ରହି ଆସୁଥିଲା। ପ୍ରତିଦିନ କୁମ୍ଭୀରଟି ମନ୍ଦିର ବେଢାକୁ ଆସେ  ଏବଂ ଭକ୍ତମାନେ ଯାହା ଦିଅନ୍ତି ଖାଏ। କୁମ୍ଭୀରଟି ଚାଉଳ ଓ ଗୁଡ ଖାଉଥିଲା।

ହିଂସ୍ର ଜୀବ ହେଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଶ୍ରଦ୍ଧା, ଭଲ ପାଇବା ଓ ସ୍ନେହ ପାଇ ସ୍ବଭାବରେ ସେ ବେଶ ଶାନ୍ତ ଥିଲା। ମନ୍ଦିରରେ ତିଆରି କରାଯାଉଥିବା ପ୍ରସାଦ ତାକୁ ଦିଆଯାଉଥିଲା। ରିପୋର୍ଟ ମୁତାବକ, ୧୯୪୫ରେ ଜଣେ ବ୍ରିଟିସ ସୈନ୍ୟ ଏଠିକାର ହ୍ରଦରେ ଥିବା କୁମ୍ଭୀରକୁ ଗୁଳି କରିଥିଲେ। ଏହାର କିଛି ଦିନ ପରେ ବବିୟାର ଆବିର୍ଭାବ ହୋଇଥିଲା। ସେବେଠାରୁ ଏହି କୁମ୍ଭୀରକୁ ଅତି ଯତ୍ନର ସହକାରେ ସ୍ଥାନୀୟ ଲୋକେ ତାର ଚର୍ଚ୍ଚା କରିଆସୁଥିଲେ। ହେଲେ ଗତ କିଛି ଦିନ ହେଲା କୁମ୍ଭୀରଟି ଅସୁସ୍ଥ ଥିଲା । ଶେଷରେ ସୋମବାର ଦିନ ଆଖିବୁଜିଛି ଶାକାହାରୀ କୁମ୍ଭୀର।

Leave a Reply

Your email address will not be published. Required fields are marked *