ବଢୁଛି ମତଦାତା ସଂଖ୍ୟା, କମୁଛି ମତଦାନ ହାର: ନିର୍ବାଚନ କମିଶନ

Spread the love

ନୂଆଦିଲ୍ଲୀ: ଦେଶରେ ମତଦାତାଙ୍କୁ ନେଇ ଇଲେକସନ କମିଶନଙ୍କ ଚିନ୍ତାପୂର୍ଣ୍ଣ ରିପୋର୍ଟ। ସ୍ବାଧୀନତା ପରେ ଦେଶରେ ମତଦାତାଙ୍କ ସଂଖ୍ୟା ୬ ଗୁଣା ବଢିଛି। ହେଲେ ୨୦୧୯ ନିର୍ବାଚନରେ ୩୦ କୋଟି ଭୋଟର ଭୋଟ ଦେଇ ନାହାନ୍ତି। ରିପୋର୍ଟ ମୁତାବକ, ଏକ ଜାନୁଆରୀ ସୁଦ୍ଧା ଦେଶର ମୋଟ ମତଦାତାଙ୍କ ସଂଖ୍ୟ ୯୪.୫୦ କୋଟି ହୋଇଛି, ଯାହା ୧୯୫୧ରେ ୧୭.୩୨ କୋଟି ଥିଲା। ହେଲେ ଚିନ୍ତାର ବିଷୟ କି, ଲୋକସଭା ନିର୍ବାଚନରେ ପ୍ରାୟ ଏକ ତୃତୀୟାଂଶ ମତଦାତା ନିଜ ମତାଧିକାରର ବ୍ୟବହାର କରି ନାହାନ୍ତି।

ବର୍ଷ ୧୯୫୧ରେ ହୋଇଥିବା ସାଧାରଣ ନିର୍ବାଚନରେ ଦେଶର ୪୫.୬୭% ଭୋଟର ଭୋଟ ଦେଇଥିଲେ। ଏହା ପରଠାରୁ ମତଦାନ ଓ ମତଦାତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ୧୯୫୭ ସାଧାରଣ ନିର୍ବାଚନରେ ମତଦାତା ସଂଖ୍ୟା ବଢି ୧୯.୩୭ରେ ପହଞ୍ଚିଥିବା ବେଳେ ୪୭ ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଥିଲେ। ୧୯୬୨ର ସାଧାରଣ ନିର୍ବାଚନରେ ୫୦ ପ୍ରତିଶତ ମତଦାତା ଭୋଟ ଦେଇଥିଲେ ଓ ମୋଟ ମତଦାତାଙ୍କ ସଂଖ୍ୟା ୨୧ କୋଟି ପାର କରିଥିଲା। ୨୦୦୯ରେ ପଞ୍ଜିକୃତ ମତଦାତା ୭୧ କୋଟି ହୋଇଥିଲା ଓ ୨୦୧୪ରେ ଏହା ୮୩କୋଟିରେ ପହଞ୍ଚିଥିଲା। ୨୦୧୯ରେ ମୋଟ ଭୋଟରଙ୍କ ସଂଖ୍ୟା ୯୧ କୋଟି ଥିଲା ବେଳେ ୬୭ ପ୍ରତିଶତ ଭୋଟ ଦେଇଥିଲେ।  ଅର୍ଥାତ୍ ୨୦୧୯ ଲୋକସଭା ନିର୍ବାଚନରେ ୩୦ କୋଟି ଭୋଟର ସେମାନଙ୍କ ଭୋଟ ଦେଇ ନ ଥିଲେ।

ମତଦାନରେ ହ୍ରାସକୁ ର କାରଣ ସମ୍ପର୍କରେ କୁହାଯାଉଛି କି, ମୁଖ୍ୟତଃ ସହରୀ, ଯୁବା, ପ୍ରବାସୀ ସେମାନଙ୍କ ମତାଧିକାରକୁ କମ ବ୍ୟବହାର କରୁଛନ୍ତି। ତେବେ ପ୍ରବାସୀଙ୍କ ବିଶ୍ବାସ କି, ସେମାନଙ୍କ ନାମ ଗୃହ ରାଜ୍ୟରେ ରହିଛି, କିନ୍ତୁ ସେମାନେ ବାହାର ରାଜ୍ୟରେ କାମ କରୁଛନ୍ତି। ତେଣୁ ସେମାନେ କାମ କରୁଥିବା ସ୍ଥାନରେ ଭୋଟ ଦେଉ ନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ନିର୍ବାଚନ ଆୟୋଗ ରିମୋଟ ଭୋଟିଂ ଟେକ୍ନୋଲୋଜି ପ୍ରସ୍ତାବ ଦେଇଛି। କିନ୍ତୁ ଏହାକୁ ନେଇ ରାଜନୈତିକ ମଞ୍ଜୁରୀ ଓ ବିଧାନସଭାର ପ୍ରକ୍ରିୟାକରଣରେ ପରିବର୍ତ୍ତନର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *