କର୍ମ ହିଁ ପୂଜା: ସିଜେଆଇ ଚନ୍ଦ୍ରଚୂଡ

Spread the love

ନୂଆଦିଲ୍ଲୀ: ଦେଶର ୫୦ ତମ ରାଷ୍ଟ୍ରପତି ଭାବେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଶପଥ ଗ୍ରହଣ କରିଛନ୍ତି। ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ। ଶପଥ ଗ୍ରହଣ ପରେ ସେ କହିଛନ୍ତି କି, ଶବ୍ଦ ନୁହେଁ କାମ କରି ଦେଖାଇବୁ। ସାଧାରଣ ଲୋକଙ୍କ ପାଇଁ କାମ କରିବୁ।

ସେ ଆହୁରି କହିଛନ୍ତି କି, ବଡ ସୁଯୋଗ ଓ ବଡ ଦାୟିତ୍ବ ଅଟେ। ସାଧାରଣ ଲୋକଙ୍କ ସେବା କରିବା ମୋର ପ୍ରାଥମିକତା ହେବ। ଆଗକୁ ଆପଣ ଦେଖି ଚାଲନ୍ତୁ, ସେ ପଛେ ଟେକ୍ନିକାଲ ରିଫର୍ମ ହେଉ କି ରେଜିଷ୍ଟ୍ରୀ ରିଫର୍ମ ବା ନ୍ୟାୟିକ ରିଫର୍ମ, ସବୁଥିରେ ନାଗରିକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ  ପିତା ମଧ୍ୟ ଥିଲେ ଜଣେ ବିଚାରପତି।  ତାଙ୍କ ପିତା ୱାଇ ବି ଚନ୍ଦ୍ରଚୂଡ ଦେଶର ୧୬ ତମ ମୁଖ୍ୟ ବିଚାରପତି ଥିଲେ। ତାଙ୍କ କାର୍ଯ୍ୟକାଳ ୨୨ ଫେବୃଆରୀ ୧୯୭୮ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ୭ ବର୍ଷ ଧରି କାର୍ଯ୍ୟଭାର ତୁଲାଇଥିଲେ। ଏହି କାର୍ଯ୍ୟକାଳ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ସର୍ବଧିକ କାଳ ଥିଲା ଜଣେ ସିଜେଆଇଙ୍କ ପାଇଁ। ପିତାଙ୍କ ଅବସରର ୩୭ ବର୍ଷ ପରେ ତାଙ୍କ ପୁତ୍ର ସିଜେଆଇ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଦ୍ବାରା ବହୁ ଗୁରୁତ୍ବପୂର୍ଣ୍ଣ ମାମଲାରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ସେସବୁ ମଧ୍ୟରୁ ୨୦୧୮ରେ ବିବାହତ୍ତୋର ସମ୍ବନ୍ଧ ବା ବ୍ୟଭିଚାର ଆଇନକୁ ସେ ଖାରଜ କରିଥିଲେ। ସେ ଧାରା ୪୯୭କୁ ଖାରଜ କରି କହିଥିଲେ, ବ୍ୟଭିଚାର ଆଇନ ମହିଳାଙ୍କୁ ପକ୍ଷଧର ଲଗାଇଥାଏ, କିନ୍ତୁ ପ୍ରକୃତରେ ଏହ ମହିଳା ବିରୋଧୀ।  ବୈବାହିକ ଜୀବନରେ ପତି-ପତ୍ନୀ ଉଭୟଙ୍କର ସମାନ ଭାଗିଦାରି ରହିଛି। ତେବେ ପତ୍ନୀ କାହିଁ ପତିଠାରୁ ଅଧିକ ସହିବ? ବ୍ୟଭିଚାର ଦଣ୍ଡ ବ୍ୟବସ୍ଥା ସମ୍ବିଧାନ ଅନ୍ତର୍ଗତ ସମାନ ଅଧିକାରକୁ ପରୋକ୍ଷରେ ଉଲ୍ଲଙ୍ଘନ କରୁଛି, କାରଣ ବିବାହିତ ପୁରୁଷ ଓ ବିବାହିତ ମହିଳାମାନଙ୍କଠାରୁ ଭିନ୍ନ ଭିନ୍ନ ବ୍ୟବହାର କରିଥାଏ। ୧୯୮୫ରେ ସୈମିତ୍ର ବିଷ୍ଣୁ ମାମଲାରେ ଭାଦମ୍ଭିର ଧାରା ୪୯୭କୁ କାଏମ ରଖି କହିଥିଲେ ସମ୍ବନ୍ଧ ଗଢିବାକୁ ଫୁସଲେଇବା ବାଲା ପୁରୁଷ ହୋଇଥିଏ, ମହିଳା ନୁହେଁ।

ଜଷ୍ଟିସ ଚନ୍ଦ୍ରଚୂଡଙ୍କର ସବୁଠାରୁ ବଡ ଗୁଣ କି ସେ ଧୈର୍ଯ୍ୟର ସହ ଶୁଣାଣି କରିଥାନ୍ତି। କିଛି ଦିନ ପୂର୍ବରୁ ସେ ଦୀର୍ଘ ୧୦ ଘଣ୍ଟା ପର୍ଯ୍ୟନ୍ତ ଶୁଣାଣି କରିଥିଲେ। ଶୁଣାଣି ପୂରା କରି ସେ କହିଥିଲେ କି, କର୍ମ ହିଁ ପୂଜା। ଆଇନ ଓ ନ୍ୟାୟ ପ୍ରଣାଳୀର ଭିନ୍ନ ଜ୍ଞାନ କାରଣରୁ ସେ ଦୁଇ ଥର ନିଜ ପିତା ତଥା ପୂର୍ବତନ ସିଜେଆଇ ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ନିଷ୍ପତ୍ତିକୁ ବଦଳାଇବାର ସତସାହସ କରିଛନ୍ତି।

Leave a Reply

Your email address will not be published. Required fields are marked *