ବିଶ୍ୱର ଦୀର୍ଘତମ ତ୍ରୀରଙ୍ଗା ଉଡାଇ ଚଣ୍ଡିଗଡର ୱାର୍ଲ୍ଡ ରେକର୍ଡ

Spread the love

ଚଣ୍ଡିଗଡ: ମଙ୍ଗଳବାର ଦିନ ଚଣ୍ଡିଗଡ ଦୀର୍ଘତମ ଜାତୀୟ ପତାକା ଲହରାଇ ସୃଷ୍ଟି କରିଛି ବିଶ୍ୱ ରେକର୍ଡ । ତେବେ ଏହା ଏକ ମାନବ ଶୃଙ୍ଖଳରେ ସୃଷ୍ଟ ଜାତୀୟ ପତାକା । ଚଣ୍ଡିଗଡର ସେକ୍ଟର ୧୬ ସ୍ଥିତ କ୍ରିକେଟ ଷ୍ଟାଡିୟମରେ ଏହି ମାନବ ଶୃଙ୍ଖଳରେ ପତାକା କରାଯାଇଥିଲା । ଏହା ପରେ ଏହାକୁ ଗିନିଜ ୱାର୍ଡ ରେକର୍ଡରେ ସ୍ଥାନ ଦିଆଯାଇଛି ।

ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପାଳୁଛି । ଏଥିନେଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଚଣ୍ଡିଗଡ ମାନବ ଶୃଙ୍ଖଳକୁ ନେଇ ବିଶ୍ୱରର ଦୀର୍ଘତମ ଜାତୀୟ ପତାକା କରି ଗିନିଜ ୱାର୍ଲ୍ଡ ରେକର୍ଡ କରିଛି । ଏହାକୁ ପ୍ରସ୍ତୁତ କରିବାରେ ୭୫୦୦୦ ଛାତ୍ରଛାତ୍ରୀ ତ୍ରୀରଙ୍ଗାର ତ୍ରୀ ରଙ୍ଗର ପୋଷାକ ପିନ୍ଧିଥିଲେ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖି ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାକୁ ଏନଆଇଡି ଫାଉଣ୍ଡେସନ ଓ ଚଣ୍ଡିଗଡ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ତ୍ରୀରଙ୍ଗା ଉଡିବାର ଭ୍ରମ ମଧ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା ।

ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରୀ ସ୍ୱପ୍ନିଲ ଡଙ୍ଗରିକାର ଏଥିରେ ଉପସ୍ଥିତ ରହି ଏହାର ଯାଞ୍ଚ କରିଥିଲେ । କାର୍ଯ୍ୟକ୍ରମ ପରେ ସ୍ୱପ୍ନିଲ କହିଛନ୍ତି କି, ଏହା ପୂର୍ବରୁ ମାନବ ଶୃଙ୍ଖଳରେ ଜାତୀୟ ପତାକା କରି ଆବୁଧାବିର ଜେମ୍ସ ଏଡୁକେସନ କରିଥିଲା, ଯେଉଁ ରେକର୍ଡକୁ ଚଣ୍ଡିଗଡ ୟୁନିଭର୍ସିଟି ଭାଙ୍ଗିଦେଇଛି । ୨୦୧୭ରେ ଜେମ୍ସ ଏଡୁକେସନ ୪,୧୩୦ ସଦସ୍ୟଙ୍କୁ ନେଇ ରେକର୍ଡ ରଚିଥିଲା ।

ଏହି ସଫଳତାକୁ ନେଇ ରାଜ୍ୟପାଳ ବନୱାରିଲାଲ ପୁରୋହିତ କହିଛନ୍ତି, ଏହି ସଫଳତା ସ୍ୱାଧୀନତାର ଅମୃତମହୋତ୍ସବ ଅବସରରେ ସାରା ଦେଶକୁ ଏକ ମହତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି । ସେପଟେ ସଫଳତାକୁ ନେଇ ଏନଆଇଡି ଫାଉଣ୍ଡେସନର ମୁଖ୍ୟ ପାତ୍ରନ ଏସ ସତନାମ ସିଂହ ସିନ୍ଧୁ ଉତ୍ସାହର ସହ କହିଛନ୍ତି କି, ମୋ ଭାବନାଠାରୁ ଅଧିକ କରି ଦେଖାଇଛନ୍ତି ଛାତ୍ରଛାତ୍ରୀମାନେ । ତେଣୁ ସେ ସମସ୍ତ ଭାଗିଦାରଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି କହିଛନ୍ତି, ମଧ୍ୟ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଧୀନତା ସଂଗ୍ରାମରେ ଭଗତସିଂହଙ୍କ ପରି ଜୀବନ ବଳୀ ଦେଇଥିବା ଦେଶପ୍ରେମୀଙ୍କ ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *