ବିହାରରେ ୨୦ରୁ ୨୫ହଜାର ଟଙ୍କାରେ ଝିଅ ମିଳିଯିବେ। ଏକ ଦଳୀୟ ସଭାରେ ଜଣେ ଯୁବକଙ୍କ ବିବାହ ବୟସ ଗଡ଼ିଯାଉଛି କହି କଥା ଛଳରେ ଏଭଳି ଟିପ୍ପଣୀ ଦେଇଥିଲେ ଉତ୍ତରାଖଣ୍ଡ ମନ୍ତ୍ରୀ ରେଖା ଆର୍ଯ୍ୟାଙ୍କ ସ୍ୱାମୀ ଗିରିଧାରୀ ଲାଲ ସାହୁ। ତେବେ ସୋସିଆଲ ମିଡିଆରେ ଓ ବିରୋଧୀ ଦଳ ଏହି ବୟାନକୁ ନେଇ ତୁମ୍ୱିତୋଫାନ କରିଛନ୍ତି। ବିହାରର ଝିଅଙ୍କ ଦର କେମିତି ଗିରିଧାରୀ ଲଗାଇ ଝିଅଙ୍କ ପ୍ରତି ଆକ୍ଷେପ କରିଛନ୍ତି। ଏହା କଅଣ ବିଜେପି ସରକାରର ମହିଳାଙ୍କ ପ୍ରତି ସମ୍ମାନ। ବିହାରବାସୀ ଏନଡିଏକୁ ଦେଇଥିବା ବହୁମତର ପ୍ରତିଫଳନ କି ବୋଲି ପଚାରି ହଙ୍ଗାମା କରିଛନ୍ତି। ଗିରିଧାରୀଙ୍କ ଏହି ବୟାନ ବିବାଦର ନିଆଁ ଲଗାଇଥିଲା ବେଳେ ଆଜି ଗିରିଧାରୀ ଏହାକୁ ନେଇ ସଫେଇ ଦେଇଛନ୍ତି। ସେ ମହିଳାଙ୍କୁ ସଦା ସମ୍ମାନ ଓ ମହିଳାଙ୍କ କଲ୍ୟାଣ ପ୍ରତି ସବୁବେଳେ ପ୍ରତିବଦ୍ଧ ବୋଲି କହିଛନ୍ତି ଗିରିଧାରୀ। ତାଙ୍କ ବୟାନକୁ ନେଇ କଦର୍ଥ କରାଯାଇଛି। ଜଣେ ମିତ୍ରଙ୍କ ବିବାହ ବାବଦରେ ସଭାରେ ସ୍ମରଣ କରି ଏଭଳି କହିଥିଲା ବେଳେ ଏହାକୁ ଅନ୍ୟ ଅର୍ଥ ଦିଆଯାଇଛି। ସେ ପ୍ରତିବର୍ଷ ବରେଲିରେ ଶ୍ରୀରାମଭିଲାରେ ଶତାଧିକ ଝିଅଙ୍କ ସାମୂହିକ ବିବାହ କରିଆସୁଛନ୍ତି। ତାଙ୍କ ପତ୍ନୀଙ୍କ ନିର୍ବାଚନମଣ୍ଡଳୀରେ ଥିବା ମହିଳାଙ୍କ ହାତରୁ ରାକ୍ଷୀ ବାନ୍ଧନ୍ତି। ମାଆ ଓ ଭଉଣୀ ଭଳି ଦେଖନ୍ତି। ବିରୋଧୀ ଦଳର କୌଣସି କାମ ନାହିଁ। ସେ ବୟାନକୁ କଦର୍ଥ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଛନ୍ତି। ଏହା ବିରୋଧୀଙ୍କୁ ଫାଏଦା ଦେବନି। ତଥାପି ଯଦି ଏଭଳି ବୟାନ କାହାକୁ ଆଘାତ ପହଞ୍ଚାଇଥିବ, ସେ ହାତ ଯୋଡ଼ି କ୍ଷମା ମାଗୁଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now