ପୁରା ମୁମ୍ୱାଇକୁ ଗ୍ରୀନରେ ପେଣ୍ଟ୍ କରିଦିଅ- ଚର୍ଚ୍ଚାରେ ଏଆଇଏମଆଇଏମ ୟୁଥ୍ କର୍ପୋରେଟର

ଚର୍ଚ୍ଚାରେ ମୁମ୍ୱାଇର କାଉନସିଲର ସହର ଶେଖ୍। ଏଆଇଏମଆଇଏମର ୨୨ ବର୍ଷୀୟା କାଉନସିଲରଙ୍କ ବୟାନକୁ ନେଇ ସବୁଠି ଚର୍ଚ୍ଚା। ମୁମ୍ୱ୍ରାରେ ଏଆଇଏମଆଇଏମରୁ ଜିତିଥିବା ୫ କାଉନସିଲରଙ୍କ ଭିତରେ ଅଛନ୍ତି ସହର। ଦଳର ବିଜୟ ଉତ୍ସବ ସମାରୋହରେ ସହର ସମ୍ୱୋଧିତ ବେଳେ ସମସ୍ତ କର୍ମୀଙ୍କୁ ଅପିଲ କରିଥିଲେ ଯେ, ଆସନ୍ତା ୫ ବର୍ଷ ପରେ ଯେମିତି ପୁରା ମୁମ୍ୱ୍ରା ସବୁଜମୟ ହେବ। ସେଥିଲାଗି ସମସ୍ତେ ପ୍ରସ୍ତୁତ ରହି କାମ କରନ୍ତୁ। ୨୦୨୬ ତୁଳନାରେ କଡ଼ା ଜବାବ ଦେବାକୁ ପଡ଼ିବ। ଅର୍ଥାତ୍ ଏଆଇଏମଆଇଏମ ଦଳୀୟ ରଙ୍ଗ ହେଉଛି ସବୁଜ। ନିର୍ବାଚନରେ ମଜଲିସଙ୍କ ମହତ୍ତ୍ୱ ଏବେ ବୁଝିସାରିବେଣି ଶାସକ ଦଳ। କୌଣସି ଧର୍ମକୁ ନେଇ ରାଜନୀତି ନୁହେଁ। ଏହି ତାକତ ଆଲ୍ଲାଙ୍କଠୁ ସେ ପାଇଛନ୍ତି। ତେବେ ଏଭଳି ବୟାନକୁ ନେଇ ସହରଙ୍କଠୁ ଗଣମାଧ୍ୟମ ଜାଣିବାକୁ ଚାହିଁବାରୁ ସହର କହିଛନ୍ତି, ଯେହେତୁ ତାଙ୍କ ଦଳର ରଙ୍ଗ ସବୁଜ। ସେ ସବୁଜମୟ କରିବା କଥା କହିବେ। ଗେରୁଆ ରଙ୍ଗ ହୋଇଥିଲେ ସିନା ଗେରୁଆମୟ କହିଥାଆନ୍ତେ। ମୁମ୍ୱ୍ରାକୁ ନେଇ ଯେଉଁମାନେ ଗର୍ବ ଅହଂକାର କରୁଥିଲେ, ସେମାନଙ୍କ ଗର୍ବ ଭାଙ୍ଗିଛି। ମୁମ୍ୱ୍ରା କାହାର ବାପାର ଦୟାରେ ଚାଲିନି। ସେ ଯାହା କହିଛନ୍ତି, ତାହା ଦଳୀୟ ବ୍ୟାପାର। କିନ୍ତୁ ବିରୋଧୀ ଏହାକୁ ଧାର୍ମିକ ରଙ୍ଗ ଦେବାକୁ ଚକ୍ରାନ୍ତରେ ମାତିଛନ୍ତି। ସାମ୍ପ୍ରଦାୟିକ ଓ ଧାର୍ମିକ ଖେଳ ଖେଳିବା ବନ୍ଦ କରନ୍ତୁ। କାରଣ ସେ ନିଜେ ଧର୍ମନିରପେକ୍ଷତାରେ ବିଶ୍ୱାସ କରନ୍ତି। ମୁମ୍ୱ୍ରାରେ ୨୫ରୁ ୨୫ ସିଟ୍ ଦଖଲ ଉଦ୍ଦେଶ୍ୟରେ ସେ କର୍ମୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଥିଲେ।  ହକ୍ ର ସ୍ୱର ସହ ରହି ଏଆଇଏମଆଇଏମର ସାହାସ ବଢ଼ାଇଛନ୍ତି ଜନତା। ମୁମ୍ୱ୍ରା ଆଜି, ମୁମ୍ୱାଇ କାଲି ହେବ। ଆଉ ପୁରା ମହାରାଷ୍ଟ୍ରରେ ଏଆଇଏମଆଇଏମର ଦବଦବା ରହିବ ବୋଲି ଆଶାବାଦୀ ସାହାର। ମୁମ୍ୱ୍ରାର ୩୦ ନମ୍ୱର ଓ୍ୱାର୍ଡର କର୍ପୋରେଟର ଅଟନ୍ତି ସହର। ସେ ୧୨ହଜାର୯ଶହ ଭୋଟ ବ୍ୟବଧାନରେ ଜିତିଛନ୍ତି। ନିର୍ବାଚନ ଲଢ଼ିବାକୁ ଶେଷ ମୂହୂର୍ତ୍ତ ଯାଏ ସେ ଶରଦ ପାଓ୍ୱାରଙ୍କ ପାର୍ଟିରୁ ଟିକଟ ମିଳିବ ବୋଲି ଆଶାରେ ଥିଲେ। କିନ୍ତୁ ସ୍ଥାନୀୟ ଚାପରୁ ତାଙ୍କ ଟିକଟ କାଟିଦିଆଗଲା। ଟିକଟ କାଟିବାର କାରସାଦି କରିଥିଲେ ଜିତେନ୍ଦ୍ର ଆହ୍ୱାଡ଼। ସେ ଏଆଇଏମଆଇଏମରେ ସାମିଲ୍ ହୋଇ ଟିକଟ ପାଇଥିଲେ ଓ ବଡ଼ ବ୍ୟବଧାନରେ ଜିତିଛନ୍ତି। ସହର ଶେଖ୍ ଆଇଏଏସ ଭଳି କଠିନ ପରୀକ୍ଷାରେ ପ୍ରଥମ ଥର କ୍ୱାଲିଫାଏ କରିଥିଲେ। ହେଲେ ରାଜନୀତିରେ ଯିବାକୁ ମନସ୍ଥ କରିଥିଲେ। ଆରଟିଇ ଆଧାରରେ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷା ଦେବା ତାଙ୍କର ପ୍ରମୁଖ ଉଦେଶ୍ୟ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *